କୋଭିସିଲ୍ଡର ଡୋଜ ୨୦୦ ଟଙ୍କା

ନୂଆଦିଲ୍ଲୀ : ଅକ୍ସଫୋର୍ଡ ବିଶ୍ଵବିଦ୍ୟାଳୟ ଓ ଆଷ୍ଟ୍ରାଜେନେକା ପ୍ରସ୍ତୁତ କରୋନା ଟିକା କୋଭିସିଲ୍ଡର ବଜାର ମୂଲ୍ୟ ଧାର୍ଯ୍ୟ ହୋଇଛି। ଭାରତରେ ଏହାର ଉତ୍ପାଦନ କରୁଥିବା ସେରମ ଇନଷ୍ଟିଚ୍ୟୁଟ ପ୍ରତି ଡୋଜ ପିଛା ୨୦୦ ଟଙ୍କାରେ ବିକ୍ରି କରିବ।

ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ବିଶ୍ଵବବିଦ୍ୟାଳୟ ଓ ଭାରତର ଆଷ୍ଟ୍ରାଜେନେକା କହିଛନ୍ତି କୋଭିଡ -୧୯ ଟିକାର ମୂଲ୍ୟ ସ୍ଥିର ହୋଇଥିଲା। ପ୍ରତି ଡୋଜର ମୂଲ୍ୟ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ବିକ୍ରି ପାଇଁ କରୋନା ଟିକା ଆଜି ସନ୍ଧ୍ୟାରୁ ସେରମ ଇନଷ୍ଟିଚ୍ୟୁଟରୁ ବାହାରିବ। ‌ସରକାରଙ୍କ ପକ୍ଷରୁ କାଗଜପତ୍ର କାମ ପାଇଁ କିଛି ସମୟ ଲାଗିଥିଲା। ଯାହା ବର୍ତ୍ତମାନ ଶେଷ ହୋଇଛି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରାଳୟରୁ ଟିକା କିଣିବା ନେଇ ଅର୍ଡର ମିଳିସାରିଛି। ପ୍ରଥମେ କୋଭିସିଲ୍ଡର ୧୦ନିୟୁତ ଡୋଜ ପଠାଯାଉଥିବା ବେଳେ ଆସନ୍ତା ସପ୍ତାହରେ ଏହି ସଂଖ୍ୟା ବୃଦ୍ଧି ପାଇପାରେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଆସନ୍ତା ୧୬ରେ ଦେଶରେ ଟିକାକରଣ ଆରମ୍ଭ ହେବ। ଭାରତ ସରକାର ଜରୁରୀକାଳିନ ବ୍ୟବହାର ପାଇଁ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଛନ୍ତି।

ମତାମତ ଦିଅନ୍ତୁ ।