କ୍ଷମତାର ଅପବ୍ୟବହାର ପାଇଁ ମହିଳା ସରପଞ୍ଚ ନିଲମ୍ବିତ

ବଲାଙ୍ଗିର : ଜିଲ୍ଲାପାଳ କ୍ଷମତା ଅପବ୍ୟବହାର କରି ଆଦିବାସୀଙ୍କ ଘର ଭାଙ୍ଗିଥିବା ବଲାଙ୍ଗିର ଆଗଲପୁର ବ୍ଲକ ସାଲେଭଟା ପଞ୍ଚାୟତର ସରପଞ୍ଚ ହେମକାନ୍ତି ମୁଣ୍ଡାଙ୍କୁ ନିଲମ୍ବିତ କରାଯାଉଛି। ପଞ୍ଚାୟତିରାଜ ବିଭାଗ ଜିଲ୍ଲା ପ୍ରଶାସନର ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସୂଚନାଯୋଗ୍ୟ ସରପଞ୍ଚ ହେମକାନ୍ତି ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ୬ ଆଦିବାସୀ ପରିବାରଙ୍କୁ ମିଳିଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ।

ମତାମତ ଦିଅନ୍ତୁ ।