ଲେଡି ଲୁଟେରାକୁ ଧରିଲେ ଲୋକେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଲେଡି ଲୁଟେରା। ଆଇଆରସି ଭିଲେଜରେ ଜଣଙ୍କ ଘରେ ପଶି ମୋବାଇଲ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକେ କାବୁକରି ପୋଲିସକୁ ଜିମା ଦେଇଛନ୍ତି।

ଖବର ଅନୁଯାୟୀ ଯୁବତୀ ଜଣକ ଚୋରି କରିବାକୁ ଘରେ ପଶିଥିଲେ। ତେବେ ପରିବାର ଲୋକେ ଜାଣିପାରି ବାହାରୁ ତାଲା ପକାଇ ଦେଇଥିଲେ। ସ୍ଥାନୀୟ ଲୋକେ ଆସିବା ପରେ ଗେଟ ଖୋଲି କାବୁ କରିଥିଲେ। କାହିଁକି ଆସିଥିଲ ବୋଲି ପଚାରିଲା ବେଳକୁ ଯୁବତୀ ଜଣଙ୍କ ତାଙ୍କୁ ଛାଡ଼ିଦେବା ପାଇଁ ନେହୁରା ହୋଇଥିଲେ। କିନ୍ତୁ ପରିଚୟ ଦେଇ ନଥିଲେ। ଏହାପରେ ଲୋକେ ତାଙ୍କୁ ପୋଲିସର ଜିମା ଦେଇଥିଲେ।

ମତାମତ ଦିଅନ୍ତୁ ।