ଲଘୁଚାପ : ଦକ୍ଷିଣ ଓ ଉପକୂଳ ଓଡ଼ିଶାର ମଧ୍ୟମ ଧରଣର ବର୍ଷାହେବ

ଭୁବନେଶ୍ଵର : ଦୁଇଟି ଲଘୁଚାପ। ଗୋଟିଏ ଲଘୁଚାପ କ୍ଷେତ୍ର ଉତ୍ତର ଭାରତ ମହାସାଗର ଓ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ଓ ଅନ୍ୟଟି ଆରବ ସାଗରରେ ସୃଷ୍ଟି ହୋଇଛି। ତେବେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ ଆଡ଼କୁ ମୁହାଁଇଥିବାରୁ ତାହାର ବିଶେଷ ପ୍ରଭାବ ପଡ଼ିବ ନାହିଁ। ଭାରତ ମହାସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ର ଆସନ୍ତା କାଲି ସୁଦ୍ଧା ଏକ ଲଘୁଚାପରେ ପରିଣତ ହେବାର ସମ୍ଭାବନା ଥିବାବେଳେ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବନୁମାନ କରାଯାଇଛି। ଏହାର ପ୍ରଭାବରେ ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ତଟବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବର୍ଷାର ସମ୍ଭାବନା ରହିଛି। ତେବେ ଆସନ୍ତା ୨୩ ଓ ୨୪ ତାରିଖରେ ତାମିଲନାଡ଼ୁ ଏବଂ ୨୫ ଓ ୨୬ରେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି। ଏହି ସମୟରେ ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲା ଓ ଉପକୂଳ ଓଡ଼ିଶାର କେତେକ ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ଥିବା କୁହାଯାଇଛି।

ମତାମତ ଦିଅନ୍ତୁ ।