ଲାଞ୍ଚନେଇ ଧରାପଡିଲେ ପୋଲିସ ବାବୁ

ବଲାଙ୍ଗିର : ଲାଞ୍ଚ ନେବାବେଳେ ଧରାପଡିଲେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ। ତାଙ୍କୁ ଆଜି ଭିଜିଲାନ୍ସ ଟିମ୍ ଗିରଫ କରିଥିବା ଜଣାପଡିଛି।

ଖବର ଅନୁଯାୟୀ ସବ୍‌ ଇନ୍ସପେକ୍ଟର ସରୋଜ ରଞ୍ଜନ ରଥ ଗୁଡିଘାଟ ଖରବାହାଳି ସଂଜୀବ କୁମାର ପ୍ରଧାନଙ୍କ ଭାଇଙ୍କ ଏକ ମାମଲାର ତଦନ୍ତକାରୀ ଅଫିସର ଥିଲେ। ଏହି ମାମଲାର ଚାର୍ଜସିଟ୍ କୋହକ କରିବାକୁ ସବ୍ ଇନ୍ସପେକ୍ଟର ଶ୍ରୀ ରଥ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହି ଟଙ୍କା ନେବାବେଳେ ତାଙ୍କୁ ବଲାଙ୍ଗୀର, ବରଗଡ଼, ସମ୍ବଲପୁର ଭିଜିଲାନ୍ସ ଟିମ୍ ଧରିଥିଲେ। ଏଥିସହ ସେ ରହୁଥିବା ବ୍ୟାରେକରେ ଚଢଉ କରାଯିବା ସମୟରେ ୬୮ ହଜାର ୯୦୦ଟଙ୍କା ମିଳିଥିବା ବଲାଙ୍ଗୀର ଭିଜିଲାନ୍ସ ଡ଼ିଏସପି କାଦମ୍ବିନୀ ସାମଲ ସୂଚନା ଦେଇଛନ୍ତି।

ମତାମତ ଦିଅନ୍ତୁ ।