ଲେଖିପଢି ଜାଣିନଥିବାରୁ ସରପଞ୍ଚ ପଦ ଗଲା

ଆନନ୍ଦପୁର : ପଦ ହରାଇଲେ ଅପାଠୋଇ ସରପଞ୍ଚ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍ ଦେଓଗାଁ ପଞ୍ଚାୟତ ସରପଞ୍ଚ ଅଶାନ୍ତି ବଳଙ୍କର ଏହି ଅବସ୍ଥା ହୋଇଛି। ଆନନ୍ଦପୁର ସିଭିଲ୍ ଜଜ୍ ଜୁନିୟର ଡିଭିଜନ୍ତାଙ୍କୁ ଅଯୋଗ୍ୟ ବିବେଚନା କରିଛନ୍ତି। ଏହି ପଞ୍ଚାୟତର ସରପଞ୍ଚ ପଦ ପାଇଁ ପୁନଃ ନିର୍ବାଚନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲେଖି ପଢି ଜାଣିନଥିବାରୁ ଗତ

ଖବର ଅନୁଯାୟୀ ୨୦୧୭ ମସିହା ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ ଅଶାନ୍ତି ବଳ। କିନ୍ତୁ ଲେଖିପଢି ଜାଣିନଥିବା ଅଭିଯୋଗ ଆଣି ସେ ସମୟରେ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ପ୍ରତିପକ୍ଷ ପ୍ରାର୍ଥୀ ଅର୍ଚ୍ଚନା ରାଉତ। ହେଲେ ନିର୍ବାଚନ ଅଧିକାରୀ ଏଥିପ୍ରତି ଗୁରୁତ୍ଵ ଦେଇନଥିଲେ। ଫଳରେ ଅର୍ଚ୍ଚନା ରୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଉଭୟ ପକ୍ଷରୁ ସମସ୍ତ ତଥ୍ୟ ଓ ସାକ୍ଷ୍ୟ ପ୍ରମାଣ ଆଧାରରେ ମାନ୍ୟବର କୋର୍ଟ ସରପଞ୍ଚ ଅଶାନ୍ତି ବଳଙ୍କୁ ଅଯୋଗ୍ୟ ଘୋଷଣା କରିବା ସହ ଗ୍ରାମପଞ୍ଚାୟତ ଧାରା ୩୧ ଅନୁଯାୟୀ କେସ୍ ତର୍ଜମା କରି ରାୟ ଶୁଣାଇଛନ୍ତି।

ମତାମତ ଦିଅନ୍ତୁ ।