ଲୋକେ ସତର୍କ ହେଲେ କରୋନା ସଂକ୍ରମଣ କମିବ : ବିଏମସି କମିଶନର

ଭୁବନେଶ୍ୱର : ଜୁଲାଇ ୧ରୁ ୧୦ ତାରିଖ ମଧ୍ୟରେ ଭୁବନେଶ୍ଵର ମହାନଗର ନିଗମ ଅଞ୍ଚଳରେ ୩୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ବିଏମସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ।

ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଏମସି କମିସନର ଶ୍ରୀ ଚୌଧୁରୀ କରୋନା ମୁକାବିଲା ଲାଗି ରାଜଧାନୀବାସୀଙ୍କୁ ସତର୍କ ରହିବା ପାଇଁ କହିଥିବା ବେଳେ ଯଥା ସମ୍ଭବ ଘରେ ରହିବା ପାଇଁ ଅପିଲ କରିଛନ୍ତି। ସେ କହିଛନ୍ତି ଲୋକେ ସତର୍କ ହେଲେ କରୋନା ସଂକ୍ରମଣ ସଂଖ୍ୟା କମିବ। ଏହାଛଡା ହାଟବଜାରକୁ ନ ଯାଇ ଅନଲାଇନରେ ଜରୁରୀ ଜିନିଷ କିଣିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ସେ କହିଲେ ଶନିବାର-ରବିବାର ସଟଡାଉନ ରହୁଥିବାରୁ ଲୋକେ ପରିବା ଓ ଅନ୍ୟ ଜରୁରୀ ଜିନିଷ କିଣିବା ପାଇଁ ଶୁକ୍ରବାର ପ୍ରବଳ ଭିଡ ଜମାଉଛନ୍ତି। ସାମାଜିକ ଦୂରତା ନିୟମ ଉଲ୍ଲଂଘନ କରୁଥିବାରୁ ସଂକ୍ରମଣ ବଢୁଛି। ସେଥିପାଇଁ ନିଜକୁ ସଂକ୍ରମଣରୁ ବଞ୍ଚାଇବା ପାଇଁ ଭିଡ ସ୍ଥାନକୁ ଯିବାରୁ ବିରତ ରହନ୍ତୁ। ଅତି ଜରୁରୀ ନଥିଲେ ବାହାରକୁ ନ ଯାଇ ଅନଲାଇନରେ ପରିବା ଓ ଔଷଧ ମଗାନ୍ତୁ। ସାମାନ୍ୟ ଅସୁସ୍ଥ ଅନୁଭବ କଲେ ଡାକ୍ତରଖାନା ନ ଯାଇ ବିଏମସି ପକ୍ଷରୁ କରାଯାଇଥିବା ଟେଲିମେଡ଼ିସିନ ସୁବିଧା ବ୍ୟବହାର କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଏହାଛଡା ରିଷ୍ଠ ନାଗରିକଙ୍କ ଲାଗିସ୍ଵତନ୍ତ୍ର ଯତ୍ନ ନେବାକୁ ସେ ଅନୁରୋଧ କରିଥିବା ବେଳେ ବିଏମସି ପକ୍ଷରୁ ଜାରି ସଚେତକ ଆପ୍ ମୋବାଇଲ ଫୋନରେ ଇନଷ୍ଟଲ କରିବା ଜରୁରୀ ବୋଲି କହିଛନ୍ତି।

ମତାମତ ଦିଅନ୍ତୁ ।