ଲୁଗା ଦୋକାନକୁ ସିଲ୍ କଲା ପୋଲିସ

ଯାଜପୁର : ଲକ୍‌ଡାଉନ୍‌ କଟକଣା ଉଲଂଘନ ଲୁଗା ଦୋକାନ ମାଲିକଙ୍କୁ ମହଙ୍ଗା ପଡ଼ିଲା। ପୋଲିସ ଦୋକାନକୁ ସିଲ୍ କରିବା ସହିତ ଲୁଗା କିଣିବାକୁ ଭିଡ଼ ଲଗାଇଥିବା ଗ୍ରାହକଙ୍କ ଠାରୁ ଜରିମାନା ଆଦାୟ କରିଛି।

ଖବର ଅନୁଯାୟୀ ବୁଧବାର ଯାଜପୁର ରୋଡ୍‌ ନହକା ରାଇସ୍ ମିଲ୍ ପରିସରରେ ଥିବା ଏକ ଲୁଗା ଦୋକାନକୁ ସିଲ୍ ହୋଇଛି। ଲକ୍‌ଡାଉନ୍‌ ନିୟମ ଉଲ୍ଲଙ୍ଘନ କରି ଲୁଗା ଦୋକାନ ଖୋଲିଥିବା ବେଳେ ପୋଲିସ ଓ ପୌର ପ୍ରଶାସନ ପକ୍ଷରୁ ମିଳିତ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଦୋକାନ ଭିତରେ ପ୍ରାୟ ଶହେରୁ ଅଧିକ ଲୋକେ ଥିଲେ। ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେହିପରି ଯେଉଁମାନେ ଦୋକାନରେ ଲୁଗା କିଣିବାକୁ ଭିଡ ଜମାଇଥିଲେ ସେମାନଙ୍କ ଠାରୁ ୫ ଶହ ଟଙ୍କା ଲେଖାଏଁ ଜରିମାନା ଆଦାୟ କରାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button