ମା’ ହିସାବରେ ମୁଁ ବହୁତ ଖୁସି : ପ୍ରତିଭା ମହାରଥୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ପୁଅକୁ ପିପିଲିରୁ ପ୍ରାର୍ଥୀ କରି ଆମ ପରିବାରକୁ ପ୍ରାଧାନ୍ୟ ଦେଇଥିବାରୁ ତାଙ୍କ ନିକଟରେ ମୁଁ ବହୁ କୃତଜ୍ଞ। ୟା’ଠୁ ବଳି ଖୁସି ଖବର କିଛି ନାହିଁ। ମୁଁ ମା’ ହିସାବରେ ବହୁତ ଖୁସି। ଏହା କଗିଛନ୍ତି ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ। ସେ କହିଛନ୍ତି ମା’ ଭାବେ ରୁଦ୍ରଙ୍କ ଉପରେ ଆଶୀର୍ବାଦ ରହିଛି।
ପୂର୍ବରୁ ପ୍ରତିଭା ମହାରଥୀ କହିଥିଲେ ବିଜେଡି ସୁପ୍ରିମୋ ଯାହାକୁ ଚାହିଁବେ ମୁଁ ଗ୍ରହଣ କରିବି। ମୋତେ ସୁଯୋଗ ମିଳିଲେ ମୁଁ ଖୁସି ହେବି। ସେହିପରି ରୁଦ୍ର କହିଛନ୍ତି ବାପାଙ୍କ ସହିତ ୨ଟି ନିର୍ବାଚନ ବୁଲିଥିବାରୁ ଅଭିଜ୍ଞତା ଅଛି। ପ୍ରଦୀପ ମହାରଥୀଙ୍କ ଭାଇ ପ୍ରଣୟ ମହାରଥୀ ପୁତୁରା ରୁଦ୍ର ପ୍ରସାଦ ମହାରଥୀଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିଥିବା ବେଳେ ଭାଉଜଙ୍କୁ ଟିକେଟ ଦିଆଗଲେ ଭବିଷ୍ୟତ କଥା କହିପାରିବୁ ନାହିଁ ବୋଲି କହିଥିଲେ।