ମା’ ମଙ୍ଗଳା ଛକରେ ଅସହାୟ ବୃଦ୍ଧା

ରାଉରକେଲା : ଦକ୍ଷିଣ ରାଉରକେଲା ସାରନଗରୀ ସ୍ଥିତ ମା’ ମଙ୍ଗଳା ଛକରେ ଜଣେ ଅସହାୟ ବୃଦ୍ଧାଙ୍କୁ ଦେଖିବାକୁ ମିଳିଛି। ବୃଦ୍ଧା ଜଣଙ୍କ ଅତି ବିପଦଜ୍ଜନକ ଭାବରେ ଗୋଲେଇଛକର ଗୋଟିଏ କୋଣରେ ବସି ରହିଥିବା ଦେଖି ସ୍ଥାନୀୟ ଲୋକ ପରିଚୟ ଜାଣିବାକୁ ଚେଷ୍ଟା କରିଥିଲେ। ମାତ୍ର ବୃଦ୍ଧା ତାଙ୍କର ସଠିକ ପରିଚୟ କହି ପାରୁ ନାହିଁ। ସେ ସ୍ଥାନୀୟ ଅଂଚଳର ହୋଇ ନଥିବା ବେଳେ କେଉଁଠାରୁ ଫର୍ଟିଲାଇଜରକୁ ଆସିଲେ ତାହା ନିର୍ଦ୍ଧିଷ୍ଟ ଭାବେ ଜଣା ପଡିନାହିଁ। କିଛି ସ୍ୱେଚ୍ଛାସେବୀ ବୃଦ୍ଧା ଜଣଙ୍କୁ ଆଣି ନିରାପଦ ଜାଗାକୁ ସ୍ଥାନାସ୍ତରଣ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।