ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ମଦର ଡାଏରୀ କ୍ଷୀର ଲିଟର ଦାମ ୨ ଟଙ୍କା ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ମୂଲ୍ୟ ଜୁଲାଇ ୧୧ ତାରିଖ ଠାରୁ ଲାଗୁ ହେବ।

ମଦର ଡାଏରୀ ପକ୍ଷରୁ କୁହାଯାଇଛି ଜୁଲାଇ ୧୧ ତାରିଖ ଠାରୁ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନ ବାଧ୍ୟ ହୋଇଛି। ଏହି ବର୍ଦ୍ଧିତ ଦର କ୍ଷୀରର ସବୁ ଭାରିଆଣ୍ଟ ଉପରେ ଲାଗୁ କରାଯାଇଛି। କମ୍ପାନି ଏବେ କ୍ଷତିରେ ଚାଲିଥିବା ବେଳେ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀର ଦାମ ବଢିଛି। ଦୁଗ୍ଧ ଚାଷୀମାନେ ୪ ସପ୍ତାହ ମଧ୍ୟରେ ଦାମ ୪ ପ୍ରତିଶତ ବୃଦ୍ଧି କରିଛନ୍ତି। ଗୋଟିଏ ବର୍ଷ ହେବ ଚାଷୀଙ୍କ ଠାରୁ ଅଧିକ ଦାମରେ ଦୁଗ୍ଧ କିଣୁଥିଲେ ମଧ୍ୟ କମ୍ପାନି ତରଫରୁ କ୍ଷୀରର ଦାମ ବୃଦ୍ଧି କରାଯାଇ ନଥିଲା। ସୂଚନାଯୋଗ୍ୟ ୨୦୧୯ରେ ଶେଷଥର ପାଇଁ କ୍ଷୀରର ଦାମ ବୃଦ୍ଧି କରିଥିଲା। ଜୁଲାଇ ପହିଲାରୁ ଦେଶର ସବୁଠାରୁ ବଡ଼ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା।

ସମ୍ବନ୍ଧିତ ଖବର
between image and heading

Comments are closed.