ମଧ୍ୟପ୍ରଦେଶ: ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ଲାଣ୍ଟ୍‌ ଉଦ୍‌ଘାଟନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ୭୫୦ ମେଗାୱାଟ୍‌ବିଶିଷ୍ଟ ଏସିଆର ସର୍ବବୃହତ୍ ରେୱା ଅଲ୍‌ଟ୍ରା ମେଗା ସୋଲାର୍‌ ପାୱାର୍ ପ୍ରୋଜେକ୍ଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ଘାଟନ କରିଛନ୍ତି। ଏହି ପ୍ରୋଜେକ୍ଟ୍‌ ବାର୍ଷିକ ୧୫ ଲକ୍ଷ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ କରାଇବ।

ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଡି ଭିଡିଓ କନ୍‌ଫରେନ୍‌ସିଙ୍ଗ୍‌ ମାଧ୍ୟମରେ ସୌରଶକ୍ତି ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିଥିଲେ। ଏହି ଅବସରରେ ସେ କହିଲେ ସୌରଶକ୍ତି ପ୍ରକଳ୍ପ କେବଳ ଆଜିର ନୁହେଁ, ଏକବିଂଶ ଶତାବ୍ଦୀର ପ୍ରମୁଖ ଶକ୍ତି ଆବଶ୍ୟକତାର ମାଧ୍ୟମ ହେବ। କାରଣ ସୌରଶକ୍ତି ହେଉଛି ସୁନିଶ୍ଚିତ, ନିର୍ମଳ ଓ ନିର୍ଭରଯୋଗ୍ୟ। ମୋଡି କହିଲେ ଆଜି ରେୱା ଇତିହାସ ଲେଖିଲା। ରେୱା ମାଆ ନର୍ମଦା ଓ ଧଳାବାଘ ପାଇଁ ସୁପରିଚିତ। ଏବେ ଏହି ପରିଚୟରେ ଏସିଆର ସର୍ବବୃହତ୍ ସୌରଶକ୍ତି ପ୍ରକଳ୍ପ ଯୋଡିହେଲା।

  ଝାରସୁଗୁଡା ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ନିଲମ୍ବିତ

ମତାମତ ଦିଅନ୍ତୁ ।