ମଧ୍ୟପ୍ରଦେଶରେ ପ୍ରାପ୍ତବୟସ୍କଙ୍କୁ ମିଳିବ ମାଗଣା ଟିକା

ଭୋପାଲ : ଆସନ୍ତା ମାସ ପହିଲାରୁ ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି କରୋନା ଟିକା ନେଇପାରିବେ। କେନ୍ଦ୍ର ସରକାର ଏଥିପାଇଁ ଅନୁମତି ପ୍ରଦାନ କରିବା ପରେ ବିଭିନ୍ନ ରାଜ୍ୟରେ ପ୍ରସ୍ତୁତି ଆରମ୍ଭ ହୋଇଛି। ପୂର୍ବରୁ ଉତ୍ତର ପ୍ରଦେଶ ଓ ଆସାମ ପ୍ରାପ୍ତବୟସ୍କଙ୍କୁ ମାଗଣା ଟିକା ଦେବାକୁ ଦେବେ ବୋଲି ଘୋଷଣା କରିଥିଲେ। ଆଜି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଏନେଇ ଘୋଷଣା କରିଛନ୍ତି।

ବୁଧବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ବସିଥିଲା। ଏଥିରେ ନିଷ୍ପତ୍ତି ହୋଇଛି ପ୍ରାପ୍ତବୟସ୍କଙ୍କୁ ମାଗଣାରେ କରୋନା ଟିକା ଦିଆଯିବ। ସମସ୍ତ ସରକାରୀ ଟିକାକରଣ କେନ୍ଦ୍ରରେ ଏହି ଟିକା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ରାଜ୍ୟ ସରକାର ଓ ଘରୋଇ ହସ୍ପିଟାଲ ଗୁଡ଼ିକ ସିଧାସଳଖ ଉତ୍ପାଦନକାରୀ ସଂସ୍ଥାରୁ ଟିକା କିଣିପାରିବେ। ଟିକା ଉତ୍ପାଦନକାରୀ ସଂସ୍ଥା ୫୦ ପ୍ରତିଶତ ଟିକା ରାଜ୍ୟ ଓ ଓପନ ମାର୍କେଟକୁ ବିକ୍ରି କରିପାରିବେ। ଆଜି ଆଜି ସେରମ ଇନିଷ୍ଟିଚ୍ୟୁଟ କୋଭିସିଲ୍ଡ ଟିକାର ମୂଲ୍ୟ ନିର୍ଦ୍ଧାରଣ କରିଛି। ରାଜ୍ୟ ସରକାର ୪୦୦ ଓ ଘରୋଇ ହସ୍ପିଟାଲ ଏହାକୁ ୬୦୦ ଟଙ୍କା ଦେଇ କିଣିବେ।

Leave a Reply

Your email address will not be published. Required fields are marked *

Back to top button