ମଧ୍ୟପ୍ରଦେଶ ଉପନିର୍ବାଚନ : ବିଜେପି ୧୮ ଓ କଂଗ୍ରେସ ୯ ଆସନରେ ଆଗୁଆ

ଭୋପାଳ : ମଧ୍ୟପ୍ରଦେଶର ୨୮ଟି ବିଧାନସଭା ଆସନ ପାଇଁ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଚାଲିଛି। କାର୍ଯ୍ୟ ଆଜି ସକାଳୁ ଆରମ୍ଭ ହୋଇଛି। ବିଜେପି ୧୮ଟି ଆସନରେ ଆଗୁଆ ଥାବାବେଳେ କଂଗ୍ରେସ ୯ ଓ ବିଏସ୍‌ପି ଗୋଟିଏ ଆସନରେ ଆଗରେ ରହିଛି।

ଏହି ଉପନିର୍ବାଚନର ଫଳାଫଳ ଉପରେ ବର୍ତ୍ତମାନ ବିଜେପିର ମୁଖ୍ୟମନ୍ତ୍ରୀ ଥିବା ଶିବରାଜ ସିଂହ ଚୌହାନଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବ। ୭ ମାସ ପୂର୍ବେ କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇ ଭାରତୀୟ ଜନତା ପାର୍ଟିରେ ଯୋଗଦେବା ପରେ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀ କନଲନାଥ କ୍ଷମତା ହରାଇଥିଲେ। ତେଣୁ କ୍ଷମତା ବଜାୟ ରଖିବାକୁ ବିଜେପିକୁ ଉପନିର୍ବାଚନରେ ୨୮ଟି ଆସନ ମଧ୍ୟରୁ ଅତି କମରେ ୮ଟି ଆସନ ଜିତିବା ଆବଶ୍ୟକ ରହିଛି।

ମତାମତ ଦିଅନ୍ତୁ ।