ମହାନଦୀ ଶଯ୍ୟାରୁ ବାଲି ଓ ପଟୁ ଉଦ୍ଧାର କାର୍ଯ୍ୟ ସଠିକ ଭାବେ ହେଉ

କଟକ : ମହାନଦୀ ଶଯ୍ୟାରୁ ବାଲି ଓ ପାଣି ତଳେ ଥିବା ଆନ୍ନିକୋର୍ଟର ଭଗ୍ନାବେଶକୁ ଉଦ୍ଧାର କରାନଗଲେ ଭବିଷ୍ୟତରେ ଉଭୟ କଟକ ଓ ଚୌଦ୍ୱାର ପ୍ରତି ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି। କଟକର ପୂର୍ବତନ କାଉନସିଲର ମହେଶ୍ୱର ଦାସ ଏକ ପ୍ରେସ୍ ବିଜ୍ଞପ୍ତିରେ ଏହା ଜଣାଇଛନ୍ତି।

ଶ୍ରୀ ଦାସ କହିଛନ୍ତି ବର୍ତ୍ତମାନ ପରିପ୍ରେକ୍ଷୀରେ ଆହୁରି ଅନେକ ବାଲି, ପଟୁ ଓ ଟାପୁ ଗୁଡ଼ିକୁ ଖନନ କରିବାର ଆବଶ୍ୟକତା ମଧ୍ୟ ରହିଛି। ତେଣୁ ନଦୀ ଶଯ୍ୟାରୁ ବାଲି ଓ ପଟୁ ଉଦ୍ଧାର କାର୍ଯ୍ୟକୁ ଠିକଣା ଭାବରେ କରାଯିବା ଦରକାର। ଏହାଦ୍ୱାରା ନଦୀ ଶଯ୍ୟା ଗଭୀର ହେବା ସଂଗେ ସଂଗେ ବନ୍ୟାଜଳ ନିଷ୍କାସନ ସୁରୁଖୁରୁରେ ହେବ। ଜଳ ସଂରକ୍ଷଣର ସୁବନ୍ଦୋବସ୍ତ ମଧ୍ୟ ହୋଇପାରିବ। ଏସ୍‌.ସି.ବି. ମେଡ଼ିକାଲ, ହାଡ଼ିଆ ପଠା ଓ ଆଖ ପାଖ ଅଂଚଳକୁ ମିଶାଇ ଏସିଆ ମହାଦେଶର ଏକ ବୃହତ ତଥା ପ୍ରଭାବଶାଳୀ ହସ୍‌ପିଟାଲ ପ୍ରକଳ୍ପର ଯୋଜନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ବିଭାଗୀୟ କର୍ତୃପକ୍ଷଙ୍କର ପ୍ରଶସଂନୀୟ ଉଦ୍ୟମରେ ଆଜି ଯୁଦ୍ଧକାଳୀନ ଭିତିରେ କାର୍ଯ୍ୟ ଆଗେଇ ଚାଲିଛି। ଯାହାକି କଟକ ଓ ଚୌଦ୍ୱାରକୁ ଆର୍ଥିକ ସାମାଜିକ, ବ୍ୟବସାୟୀକ ଓ ଆତ୍ମ ନିର୍ଭରଶୀଳ କରିବ।

  ଟ୍ରେଲର୍-ବୋଲେରୋ ଧକ୍କା : ଜଣେ ମୃତ, ୫ ଆହତ

ସେହିପରି ମହାନଦୀ ଶଯ୍ୟାରେ ହନୁମାନ ମନ୍ଦିର ଓ ବାଲିଯାତ୍ରା ସଂପର୍କରେ ଗ୍ରିନ୍ ଟ୍ରିବୁନାଲର ଦ୍ଵାହି ନ ଦେଇ ନୂତନ ମାମଲା ରୁଜୁ ନ କରି ବିକାଶର ରାସ୍ତାକୁ ତ୍ୱରାନ୍ୱିତ କରାଯାଉ। ସେ କହିଛନ୍ତି ବିକାଶ କୌଣସି ବ୍ୟକ୍ତି, ଦଳ ଅବା ସରକାରର ନ ହେଉ, ଏହା କେବଳ କଟକ ଓ ଚୌଦ୍ୱାରବାସୀଙ୍କ ଏକତା ତଥା ଦୃଢ଼ ମାନସିକତାର ପ୍ରତୀକ ହେଉ।

ମତାମତ ଦିଅନ୍ତୁ ।