ମହଙ୍ଗା ହେଲା ପ୍ରେମିକା ସହ ମସ୍ତି : ପତ୍ନୀଙ୍କ ହାତରୁ ଛେଚା ଖାଇଲେ ସ୍ଵାମୀ

ଲକ୍ଷ୍ନୌ : ସମ୍ପର୍କୀୟଙ୍କ ସହିତ ମିଶି ସ୍ଵାମୀଙ୍କୁ ନିସ୍ତୁକ ମାଡ ଦେଲେ ପତ୍ନୀ। ପ୍ରେମିକା ସହିତ ମସ୍ତି କରୁଥିବା ଧରା ପଡିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଲା। କଥା ଏତିକିରେ ସରିଲାନି। ମାଡ ଦେବାପରେ ରସିକ ସ୍ଵାମୀକୁ ପୋଲିସରେ ଜିମା ଦିଆଗଲା। ଏପରି ଘଟଣା ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ଘଟିଛି।

ପୋଲିସର ସୂଚନା ଅନୁଯାୟୀ ଓରିୟାର ଠିକାଦାର ନବନୀତ ତିୱାରୀ ୨୦୧୯ ମସିହାରେ କାନପୁରର ଯୁବତୀଙ୍କୁ ବିବାହ କରିଥିଲେ। କିନ୍ତୁ ଯୁବତୀଙ୍କ ଅଭିଯୋଗ ତାଙ୍କ ସ୍ଵାମୀ ସେକ୍ସ ରାକେଟ ପରିଚାଳନା କରନ୍ତି। ତାଙ୍କୁ ସେହି ଧନ୍ଦାରେ ସାମିଲ କରିବାକୁ ଚେଷ୍ଟା କରିଥିଲେ। ବିରୋଧ କରିବାରୁ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେବାରୁ ସେ ବାପ ଘରକୁ ପଳାଇଥିଲେ।

ଏପରି କରିବାର କାରଣ ଥିଲା ସ୍ଵାମୀଙ୍କୁ ନିଜେ ଧରିବାକୁ ସେ ଚାହୁଁଥିଲେ। ତେଣୁ ପରିବାର ଲୋକ ଓ ସମ୍ପର୍କୀୟଙ୍କ ସହଯୋଗ ଲୋଡ଼ିଥିଲେ। ସ୍ଵାମୀଙ୍କ ରଙ୍ଗଶାଳର ଠିକଣା ଜାଣିବା ପରେ ବାପା ଓ ଭାଇଙ୍କ ସହିତ ତ୍ରୀବେଣିନଗର ଶିବଲୋକ କଲୋନୀର ଏକ ଘରେ ପହଞ୍ଚିଥିଲେ। ସେଠାରେ ସ୍ଵାମୀ ଅନ୍ୟ ଜଣେ ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଥିବା ଦେଖି କ୍ରୋଦ୍ଧ ସମ୍ଭାଳି ପରିଲେନି। ସମସ୍ତେ ମିଶି ନିର୍ଦ୍ଧୂମ ଛେଚିଲେ। ଉତ୍ତମ ମଧ୍ୟମ ଦେବା ପରେ ଥାନାକୁ ଜଣାଇବାରୁ ପୋଲିସ ପହଞ୍ଚି ଗିରଫ କରିଥିଲା। ଯାହାକି ଚର୍ଚ୍ଚାର ବିଷୟ ହୋଇଛି।

ମତାମତ ଦିଅନ୍ତୁ ।