ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ବଞ୍ଚିତ ହେବେ ଭକ୍ତ

ପୁରୀ : ଦୀର୍ଘ ୨୫ ବର୍ଷ ପରେ ଚଳିତ ବର୍ଷ ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ ହେବ। ହେଲେ ଶ୍ରୀଜୀଉଙ୍କ ଏହି ବେଶକୁ ଭକ୍ତମାନେ ଦେଖି ପାରିବେନି। କରୋନା କଟକଣା ପାଇଁ ସାଧାରଣ ଦର୍ଶନକୁ ପ୍ରଶାସନ ବାରଣ କରିଛି।

ଆସନ୍ତା ମାସ ୨୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ନାଗାର୍ଜୁନ ବେଶ ପାଇଁ ଶ୍ରୀମନ୍ଦିର ନୀତି ସବ୍‌କମିଟି ବୈଠକରେ ନୀତି ନିର୍ଘଣ୍ଟ ହୋଇଛି। ନଭେମ୍ବର ୨୭ ତାରିଖ ରାତି ୨ଟାରେ ଦ୍ୱାର ଫିଟା ପରେ ଠାକୁରଙ୍କ ମଙ୍ଗଳ ଆଳତି, ମଲଲମ ଆଦି ସରିବ। ଭୋର ୪ଟାରେ ନାଗାର୍ଜ୍ଜୁନ ବେଶ ଆରମ୍ଭ ହେବ। ଏହି ବେଶରେ ଠାକୁରମାନଙ୍କୁ ସଜେଇବାକୁ ପ୍ରାୟ ୩ ଘଣ୍ଟା ଲାଗିବ ଅର୍ଥାତ୍ ସକାଳ ୭ଟାରେ ବେଶ ଶେଷ ହେବ।

ସେହିପରି କାର୍ତ୍ତିକ ମାସରେ ହବିଷ୍ୟାଳୀମାନେ ଶ୍ରୀକ୍ଷେତ୍ରକୁ ନଆସିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି ଶ୍ରୀକ୍ଷେତ୍ରକୁ ହବିଷ୍ୟାଳୀମାନେ ଆସିଲେ ବୟସ୍କ ବ୍ୟକ୍ତିଙ୍କୁ କୋଭିଡ଼ ବ୍ୟପିବାରେ ଆଶଙ୍କା ରହିଛି। ତେଣୁ ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ହବିଷ୍ୟାଳୀ ଶିବିର ବନ୍ଦ ରହିଛି।

ମତାମତ ଦିଅନ୍ତୁ ।