ମହିଳାଙ୍କୁ ଅସଦାଚରଣ : ୧ ଲକ୍ଷ ତଣ୍ଡ ଦେଇ ନିଶା ନିବାରଣ କେନ୍ଦ୍ରରେ ଝାଡ଼ୁ କରିବେ ଅଭିଯୁକ୍ତ

ନୂଆଦିଲ୍ଲୀ : ମହିଳାଙ୍କୁ ଅସଦାଚରଣ ମାମଲାରେ ଦିଲ୍ଲୀ ହାଇକୋର୍ଟଙ୍କ ରାୟ ଏବେ ଚର୍ଚ୍ଚାର ବିଷୟ ହୋଇଛି। କୋର୍ଟ ଅଭିଯୁକ୍ତ ଯୁବକକୁ ୧ ଲକ୍ଷ ଟଙ୍କା ଆର୍ଥିକ ଦଣ୍ଡରେ ଦଣ୍ଡିତ କରିଥିବା ବେଳେ କରିଥିବା ପାପର ପ୍ରାୟଶ୍ଚିତ ପାଇଁ ନିଶା ନିବାରଣ କେନ୍ଦ୍ରରେ ଏକମାସ ସଫେଇ କାମ (ଝାଡ଼ୁ) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ପରେ ସମ୍ପୃକ୍ତ ମହିଳା ଅଭିଯୋଗକୁ ଆଗକୁ ବଢ଼ାଇବାକୁ ଚାହୁଁନଥିବା ସୂଚନା ଦେବା ପରେ ଅଭିଯୁକ୍ତଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ହାଇକୋର୍ଟ ରଦ୍ଦ କରିବାକୁ ରାଜି ହୋଇଛନ୍ତି। କୋର୍ଟ କହିଛନ୍ତି ଏହି ମାମଲାରେ ପୀଡିତା ହିଁ ଚରମ ପୀଡିତ। ଅଭିଯୁକ୍ତଙ୍କ ବିରୋଧରେ ଆରମ୍ଭ ହୋଇଥିବା ପ୍ରକ୍ରିୟାରେ ତାଙ୍କୁ ଅଧିକ ହଇରାଣ କରାଯାଉଛି।

ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସୁବ୍ରମଣ୍ୟମ୍‌ ଭବିଷ୍ୟତରେ ଏପରି ଅପରାଧର ପୁନରାବୃତ୍ତି ନକରିବାକୁ ଅଭିଯୁକ୍ତକୁ ଚେତାବନୀ ଦେଇଛନ୍ତି। ତିନି ସପ୍ତାହ ମଧ୍ୟରେ ଆର୍ଥିକ ଦଣ୍ଡାଦେଶ ବାବଦ ୧ ଲକ୍ଷ ଟଙ୍କା ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାପର ପ୍ରାୟଶ୍ଚିତ କରିବାକୁ ସୋସାଇଟି ଫର ପ୍ରମୋସନ୍‌ ଅଫ୍‌ ୟୁଥ୍‌ ଆଣ୍ଡ୍‌ ମାସେସ୍‌ ସେଣ୍ଟର୍‌ ଦ୍ୱାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ ଏକ ମାସର ଗୋଷ୍ଠୀ ସେବା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅପ୍ରେଲ ୧ରୁ ଅପ୍ରେଲ ୩୦ ପର୍ଯ୍ୟନ୍ତ ଅଭିଯୁକ୍ତ ସେଠାରେ ଝାଡ଼ୁ ମାରିବେ।

Leave a Reply

Your email address will not be published. Required fields are marked *

Back to top button