ମହୁପଦରରେ ସହିଦ ଯବାନଙ୍କ ପାଇଁ ମହମବତୀ ଶୋଭାଯାତ୍ରା

ଶେରଗଡ଼ : ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ସହିତ ଗୁଳି ବିନିମୟରେ ସହିଦ ହୋଇଥିବା ଯବାନଙ୍କ ପାଇଁ ଆଜି ଶେରଗଡ଼ ବ୍ଳକ ମହୁପଦର ପଞ୍ଚାୟତର ମହୁପଦର ଗାଁରେ ମହମବତୀ ଶୋଭାଯାତ୍ରା କରାଯାଇଛି।

ବୁଧବାର ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଭୂମିକା ନେଇଥିଲେ ପବିତ୍ର ମୋହନ ପାଣିଗ୍ରାହୀ, ଭାଗିରଥି ବିଷୋୟୀ, ନିଳାଞ୍ଚଳ ସାହୁ, ସିମାଞ୍ଚଳ ସାହୁ ଓ ସଂଜୟ ମହାରଣା। ଏମାନଙ୍କ ବ୍ୟତୀତ ଭାଗ୍ୟରଥି ତ୍ରିପାଠୀ, ମହେଶ୍ୱର ବିଷୋୟୀ, ଟୁକୁନା ତ୍ରିପାଠୀ, ଟୁକୁନା ଦାସ ଓ ସଦାନନ୍ଦ ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।