ମୁଖ୍ୟମନ୍ତ୍ରୀ ହେବ ତ ଏମିତି : ରାଜ୍ୟବାସୀଙ୍କ ପାଇଁ ମୋଦୀଙ୍କୁ ହାତ ଯୋଡିଲେ ମମତା ବାନାର୍ଜୀ

ନୂଆଦିଲ୍ଲୀ : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟବାସୀଙ୍କୁ ମାଗଣାରେ କରୋନା ଟିକା ଦେବାକୁ ଚାହୁଁଛନ୍ତି। ଏଥିପାଇଁ ରାଜ୍ୟ ସରକାର ବଡ ସଂଖ୍ୟାରେ ଭ୍ୟାକସିନ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ମମତା ସରକାର ନିଜ ରାଜ୍ୟବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି।

ମମତା ବାନାର୍ଜୀ ଚିଠି ଲେଖିଛନ୍ତି ଯେ, ପଶ୍ଚିମବଙ୍ଗର ଜନତାଙ୍କୁ କରୋନା ଟିକାକରଣ ପାଇଁ ରାଜ୍ୟ ସରକାର ବଡ ସଂଖ୍ୟାରେ ଡୋଜ୍ କିଣିବାକୁ ନିର୍ଣ୍ଣୟ ନେଇଛନ୍ତି। ମମତା ସରକାର ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଯେ, ସାର୍ବଜନୀନ ସ୍ଵାସ୍ଥ୍ୟ ପ୍ରସଙ୍ଗକୁ ପ୍ରାଥମିକତା ଆଧାରରେ ଦେଖିବା ଉଚିତ୍। ଚିଠିରେ ମମତା ବାନାର୍ଜୀ ଭ୍ୟାକସିନ କିଣିବାରେ ସାହାଯ୍ୟ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି।

ସେ ଏହା ମଧ୍ୟ ଲେଖିଛନ୍ତି, ପଶ୍ଚିମବଙ୍ଗ ସରକାର ଶୀଘ୍ର କରୋନାର ଲଢୁଆ ଯୋଦ୍ଧାଙ୍କୁ ଏବଂ ସ୍ଵାସ୍ଥ୍ୟ କର୍ମୀଙ୍କ ଟିକାକରଣ କରିବାକୁ ଚାହୁଁଛି। ଅନ୍ୟପଟେ ରାଜ୍ୟରେ ଶୀଘ୍ର ନିର୍ବାଚନ ହେବାକୁ ଯାଉଛି। ଲୋକଙ୍କୁ ଭୋଟ୍ ଦେବାକୁ ପୋଲିଂ ବୁଥ୍‌କୁ ଯିବାକୁ ପଡିବ। ତେଣୁ ଏହା ପୂର୍ବରୁ ରାପିଡ୍ ଭ୍ୟାକ୍ସିନେସନ ଆଧାରରେ କରୋନା ଟିକା ଯୋଗାଇ ଦେବାକୁ ମମତା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button