Breaking Newsଦେଶ-ବିଦେଶ

ମମତାଙ୍କ କ୍ୟାବିନେଟ ବୈଠକକୁ ୪ ମନ୍ତ୍ରୀ ଆସିଲେନି

କୋଲକାତା : ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ କିଛି ମାସ ପୂର୍ବରୁ ପୂର୍ବରୁ କ୍ଷମତାସୀନ ତୃଣମୂଳ କଂଗ୍ରେସର ଚିନ୍ତା ବଢ଼ିବାଛି ବିଜେପି। ଏକାଧିକ ବିଧାୟକ ଓ ନେତା ମମତାଙ୍କ ହାତ ଛାଡିବେ ବୋଲି ଚର୍ଚ୍ଚା ହେଉଛି। ନିକଟରେ କେତେଜଣ ବିଜେପିରେ ଯୋଗଦେଇ ସାରିଲେଣି। ଆଗକୁ ଆହୁରି ଅଧିକ ଟିଏମ ଛାଡିବାର ସମ୍ଭାବନା ରହିଥିବା ବେଳେ ମମତାଙ୍କ କ୍ୟାବିନେଟ ବୈଠକକୁ ୪ ଜଣ ମନ୍ତ୍ରୀ ଆସିନଥିବା ଜଣାପଡିଛି।

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଡାକିଥିଲେ କ୍ୟାବିନେଟ୍‌ ବୈଠକ। କିନ୍ତୁ ୪ ଜଣ କ୍ୟାବିନେଟ୍‌ ସଦସ୍ୟ ଅନୁପସ୍ଥିତ ରହିଲେ। ସେମାନେ କାହିଁକି ବୈଠକକୁ ଆସିଲେନି ଏବେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। କୁହାଯାଉଛି ସେମାନେ ଟିଏମସି ଛାଡି ପାରନ୍ତି। ହେଲେ ଟିଏମସିର ସାଧାରଣ ସମ୍ପାଦକ ପାର୍ଥ ଚାଟାର୍ଜୀ କହିଛନ୍ତି ଅନୁପସ୍ଥିତି ଥିବା ଚାରିଜଣଙ୍କ ମଧ୍ୟରୁ ତିନିଜଣ ଦଳକୁ ଅବଗତ କରାଇଛନ୍ତି। ଜଣେ ମନ୍ତ୍ରୀଙ୍କ ସହିତ ଆମର ଯୋଗାଯୋଗ ହୋଇପାରିନାହିଁ। ତେବେ ସମସ୍ତେ ଆମ ସହିତ ରହିଛନ୍ତି। ଏହାକୁ ନେଇ ଅଯଥା ବିବାଦ ସୃଷ୍ଟି କରାଯିବ ଅନୁଚିତ।

ଅନ୍ୟପକ୍ଷରେ ଜଙ୍ଗଲ ବିଭାଗ ମନ୍ତ୍ରୀ ରାଜୀବ ବାନାର୍ଜୀଙ୍କ ଅନୁପସ୍ଥିତକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେ ଟିଏମସରେ ରହି ଦଳକୁ ନିୟମିତ ସମାଲୋଚନା କରି ଆସୁଛନ୍ତି। ଗତ ମାସରେ କୋଲକାତାରେ ଆୟୋଜିତ ସଭାରେ ସେ କହିଥିଲେ ଟିଏମସିରେରେ ଯେଉଁମାନେ ‘ହଁ ହଜୁର’ କହିବେ, ସେମାନଙ୍କୁ ଅଧିକ ଗୁରୁତ୍ୱ ଦିଆଯାଉଛି।

ସେହିପରି କ୍ୟାବିନେଟକୁ ଯାଇନଥିବା ଉତ୍ତର ବେଙ୍ଗଲ ବିକାଶ ମନ୍ତ୍ରୀ ରବୀନ୍ଦ୍ରନାଥ ଘୋଷ ଅନୁପସ୍ଥିତ ରହିବାର କାରଣ ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଦ୍ୱାର ଦ୍ୱାର କାର୍ଯ୍ୟକ୍ରମରେ ବ୍ୟସ୍ତ ରହିଛନ୍ତି। ପର୍ଯ୍ୟଟନ ମନ୍ତ୍ରୀ ଗୌତମ ଦେବ ଅସୁସ୍ଥ ଥିବାବେଳେ ମନ୍ତ୍ରୀ ଚନ୍ଦ୍ରନାଥ ସିହ୍ନା ଦର୍ଶାଇଛନ୍ତି ଆସନ୍ତା ସପ୍ତାହରେ ହେବାକୁ ଥିବା ମମତା ବାନାର୍ଜୀଙ୍କ ଗସ୍ତକୁ ନେଇ ବ୍ୟସ୍ତ ଥିବାରୁ ସେ ବୈଠକରେ ଯୋଗଦେଇ ପାରି ନାହାନ୍ତି।

ମତାମତ ଦିଅନ୍ତୁ ।

Back to top button