ମାମୁଁକୁ ମାରିଦେଲେ ଦୁଇ ଭଣଜା

ରାଉରକେଲା : ପିତ୍ରୁ ହତ୍ୟାର ପ୍ରତିଶୋଧ ନେବା ପାଇଁ ମାମୁଁ ବଲନ ବରୁଆକୁ ଦୁଇ ଭଣଜା ହତ୍ୟା କରିଛନ୍ତି। ସେ ଭିଣୋଇକୁ ମାରି ଜେଲ ଯିବାପରେ ଜାମିନରେ ଆସିଥିଲେ। ଭଣଜା ଦ୍ଵୟ ମାମୁଁ ମୁଣ୍ଡକୁ ସାବଳରେ ଆକ୍ରମଣ କରି ହତ୍ୟା କରିବା ପରେ ଗାଁ ପୋଖରୀରେ ଫୋପାଡ଼ି ଦେଇଥିଲେ। ଏହି ଘଟଣା ବିରାମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଗୋବିରା ଗୀର୍ଜା ଟୋଲି ଗାଁରେ ଘଟିଛି । ଅଭିଯୁକ୍ତ ଦୁଇ ଭଣଜା ଭିକି କୁଜୁର ଓ ଅମନ କୁଜୁରକୁ ପୋଲିସ୍ ଗିରଫ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।