ମାଟ୍ରିକ ପରୀକ୍ଷାରେ ସଫଳତା : ଭିଏସସନଗର ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ଵର : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଭିଏସସନଗର ସରକାରୀ ହାଇସ୍କୁଲର ଛାତ୍ରୀ ଲୋପାମୁଦ୍ରା ଦାସ ସର୍ବାଧିକ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଦ୍ଵିତୀୟରେ ଇତିଶ୍ରୀ ଦାଶ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ପବିତ୍ର କୁମାର ଦାସ ଓ ସୌମ୍ୟ ରଞ୍ଜନ ଦାସ। ଏହି ସଫଳତା ପାଇଁ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆଜି ସମସ୍ତଙ୍କୁ ଉପଢୌକନ, ମାନପତ୍ର, ଶିକ୍ଷା ଉପକରଣ ଓ ଭବିଷ୍ୟତରେ ଭଲ ପାଠପଢିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ଅବସରରେ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ କାମନା କରି ପ୍ରଭୁ ଜଗନ୍ନାଥଙ୍କ ନିକଟରେ ସମୂହ ପ୍ରାର୍ଥନା କରାଯାଇଥିଲା।

ବୁଧବାର ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଉତ୍ତର ଭୁବନେଶ୍ୱର ସଂଯୋଜକ ଡଃ ପ୍ରକାଶ ତ୍ରିପାଠୀ, ସମ୍ପାଦକ ସୌମ୍ୟ ରଂଜନ ପ୍ରଧାନ ଓ ସଦସ୍ୟ ଦୀପକ କୁମାର ନାୟକ।

ଏମାନଙ୍କ ବ୍ୟତୀତ ନରେନ୍ଦ୍ର କୁମାର ବିଶ୍ଵାଳ, ଲୋକେଶ କୁମାର, ବାଣୀ କଲ୍ୟାଣ ମହାନ୍ତି, ଅକ୍ଷୟ ସ୍ଵାଇଁ, ବିନୋଦ ସାହୁ, ସର୍ବଜିତ ସାହୁ, କମଳାକାନ୍ତ ରାଉତରାୟ, ସୁଶାନ୍ତ କୁମାର ମୁଦୁଲି, ସନ୍ତୋଷ କୁମାର ସାହୁ, ଅନନ୍ତ ରେଡ୍ଡୀ , ବିଜେଡି ନେତ୍ରୀ ମନୋରମା ସିଂ ପାତ୍ର, ଇସା ମହାନ୍ତି , ସୁଚିତ୍ରା ବେହେରା ,ସ୍ନେହଲତା ମୁଦୁଲି, ପୁଷ୍ପଲତା ରାଉଳ, ପୁଷ୍ପଲତା ନାୟକ ଓ ଦ୍ରୌପଦୀ ଦେବୀ ପ୍ରମୁଖ ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।