ମେ ୧ରୁ ୧୮ ବର୍ଷରୁ ଅଧିକ ସମସ୍ତେ ନେଇପାରିବେ କରୋନା ଟିକା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାରୁ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ କରୋନା ଟିକା ଦେବା ପାଇଁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ କୋଭିଡ-୧୯ ଟିକାକରଣର ୩ୟ ପର୍ଯ୍ୟାୟକୁ ମଂଜୁରୀ ଦିଆଯାଇଥିବା ବେଳେ ଏହି ପର୍ଯ୍ୟାୟରେ କରୋନା ଟିକାର ମୂଲ୍ୟ ନିର୍ଦ୍ଧାରଣ, କ୍ରୟ ଓ ବୟସସୀମା ଆଦିକୁ କୋହଳ କରାଯାଇଛି।

ଅନ୍ୟପକ୍ଷରେ ଟିକା କମ୍ପାନିମାନେ ଯେପରି ଟିକା ଉତ୍ପାଦନ ବଢାଇବା ପାଇଁ ସରକାର ସେମାନଙ୍କୁ ପ୍ରେତ୍ସାହନ ଦେବେ। କମ୍ପାନିମାନେ ନିଜର ଉତ୍ପାଦନର ୫୦ ପ୍ରତିଶତ ସିଧାସଳଖ ରାଜ୍ୟମାନଙ୍କୁ ଓ ଖୋଲାବଜାରରେ ବିକ୍ରି କରିପାରିବେ। ରାଜ୍ୟ ସରକାରମାନେ ସିଧାସଳଖ କମ୍ପାନିମାନଙ୍କଠାରୁ ଟିକା କିଣିପାରିବେ ଓ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ଟିକା ଦେବାପାଇଁ ନିଷ୍ପତ୍ତି ନେଇପାରିବେ। ଅଗ୍ରାଧିକାର ବର୍ଗର ଲୋକମାନଙ୍କୁ ପୂର୍ବପରି ମାଗଣାରେ ଟିକା ଦିଆଯିବ।

Leave a Reply

Your email address will not be published. Required fields are marked *

Back to top button