ମେଡିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ୍ ବିକ୍ରି : ସିଲ୍ ହେଲା ଦୋକାନ

0

ଭଦ୍ରକ : ସପ୍ତାହନ୍ତ ସଟଡାଉନରେ ଅଧିକ ଆୟ କରିବାର ଯୋଜନା। ମେଡିସିନ ଷ୍ଟୋରରେ ବିକ୍ରି ହେଉଥିଲା ଗୁଟଖା ଓ ସିଗାରେଟ୍। ଭଦ୍ରକ ସହରରେ ଏପରି ବ୍ୟବସାୟ ଚାଲିଥିବାରୁ କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିଲା। ଏହି ସୂଚନା ପାଇ ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ ଚଢ଼ଉ କରିଥିଲେ। ଏହି ରେଡ୍ ବେଳେ ଦୋକାନ ଭିତରୁ ଗୁଟଖା ଓ ସିଗାରେଟ୍ ଜବତ ହୋଇଥିଲା। ସେଥିପାଇଁ ଦୋକାନ ମାଲିକ ଓ କର୍ମଚାରୀ ୩ ଜଣଙ୍କୁ ପୋଲିସ ଅଟକ ରଖିଥିବା ବେଳେ ମେଡିସିନ ଷ୍ଟୋରକୁ ୭ ଦିନ ସିଲ କରାଯାଇଥିବା ସୂଚନା ମିଳିଛି।

Leave A Reply

Your email address will not be published.