ମିଠା ଦୋକାନୀଙ୍କୁ ହାଣି ହତ୍ୟା

ଭୁବନେଶ୍ୱର : ବ୍ୟାବସାୟିକ ଶତ୍ରୁତାରୁ ରାଜଧାନୀରେ ଭୁବନେଶ୍ୱରରେ ଜଘନ୍ୟ ହତ୍ୟାକାଣ୍ଡ। ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଛି। ଜଣେ ମିଠା ଦୋକାନୀକୁ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହାତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ସାମନ୍ତରାପୁରରେ ଦିଲୁ ନାମକ ବ୍ୟକ୍ତି ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ କାମ କରୁଥିଲେ ଜମ୍ୱୁ। କିଛିଦିନ ତଳେ ଜମ୍ବୁ ଦୋକାନ ଛାଡ଼ିଦେଇ ନିଜେ ମିଠା ଦୋକାନ କରିବାରୁ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଫଳରେ ଦୁଇ ଜଣଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଶତ୍ରୁତା। ଏହି କାରଣରୁ ଦିଲୁ ଆଜି ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛି। ଏହି ଘଟଣାକୁ ନେଇ ଉତ୍ତ୍ୟକ୍ତ ଲୋକେ ଭୁବନେଶ୍ୱର-ପୁରୀ ରାସ୍ତା ଅବରୋଧ କରିଥିଲେ। ଲିଙ୍ଗରାଜ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା। ହେଲେ ହତ୍ୟାକାଣ୍ଡ ଘଟାଇଥିବା ଦିଲୁ ଫେରାର ହୋଇଯାଇଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।