ମିଠା ଖୁଆଇ ୩୫ ଲକ୍ଷର ସୁନା ଲୁଟି ନେଲେ

ମାଲକାନଗିରି : ମିଠା ଖୁଆଇ ଲୁଟିନେଲେ ୩୫ ଲକ୍ଷର ସୁନା ଓ ୨ ଲକ୍ଷ ଟଙ୍କା। ମାଲକାନଗିରି ସଦର ମହକୁମା ବିବିଗୁଡା କଲୋନୀରେ ଏହି ଘଟଣା ଘଟିଛି।

ଖବର ଅନୁଯାୟୀ ବିବିଗୁଡା କଲୋନୀରେ ରହୁଥିବା ଜଣେ ସୁନା ବ୍ୟବସାୟୀଙ୍କ ଘରେ ଲୁଟେରା ଜଣକ ୩ ମାସ ପୂର୍ବରୁ ଘର ଭଡ଼ା ନେଇ ରହିଥିଲେ। ଗତକାଲି ରାତି ୮ଟା ସମୟରେ ଚାକିରୀ ହୋଇଥିବା କହି ସୁନା ବ୍ୟବସାୟୀଙ୍କ ପରିବାର ସମେତ ନିକଟସ୍ଥ ୭ରୁ ୮ଟି ପରିବାରକୁ ଲୁଟେରା ମିଠା ଖୁଆଇଥିଲା। ମିଠା ଖାଇବାର କିଛି ଘଣ୍ଟା ପରେ ସମସ୍ତେ ଅଚେତ ହୋଇ ପଡ଼ିଥିଲେ।

ପରେ ଗ୍ୟାସ କଟର ସାହାଯ୍ୟରେ ଝରକା କାଟି ଲୁଟେରା ଘରେ ପ୍ରବେଶ କରି ସୁନା ଗହଣା ଲୁଟି ନେଇଥିଲା। ମିଠା ଖାଇଥିବା ସମସ୍ତ ବ୍ୟକ୍ତି ଏବେବି ନିଶାସକ୍ତ ହୋଇ ରହିଛନ୍ତି। ଏ ସମ୍ପର୍କରେ ଖବର ପାଇ ସଦର ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି। ଲୁଟେରା ସିସିଟିଭିକୁ କାଟି ନେଇଥିବାରୁ ପୋଲିସ ଏବେ ଅନ୍ଧାରରେ ବାଡି ବୁଲାଉଛି।

Leave a Reply

Your email address will not be published. Required fields are marked *

Back to top button