ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଓ ପତ୍ନୀଙ୍କ ନାମରେ ମାମଲା

ମୁମ୍ୱାଇ : ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାକ୍ଷୟ ଓରଫ ମିମୋହ ଓ ପତ୍ନୀ ଯୋଗୀତାଙ୍କ ବିରୋଧରେ ଓସିୱାରା ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ମା ଓ ପୁଅଙ୍କ ନାମରେ ଆସିଛି ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଓ ଗର୍ଭପାତ କରାଇଥିବା ଅଭିଯୋଗ।

ପୀଡ଼ିତା ମହିଳା ଅଭିଯୋଗ କରିଛନ୍ତି ୨୦୧୫ରୁ ମହାକ୍ଷୟଙ୍କ ସହ ସମ୍ପର୍କ ରଖିଥିଲେ। ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି ସୁନିଶ୍ଚିତ କରାଇଥିଲେ। ମହାକ୍ଷୟ ତାଙ୍କୁ ଘରକୁ ଡାକି ମୃଦୁ ପାନୀୟରେ ଡ୍ରଗ୍ସ ଦେଇ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ। ଏହାପରେ ତାଙ୍କୁ ଠକିଥିଲେ। ପୀଡ଼ିତାଙ୍କ ବୟାନ ଅନୁଯାୟୀ ମିଥୁନରଙ୍କ ପୁଅ ତାଙ୍କ ସହ ଚାରି ବର୍ଷ ଶାରୀରିକ ସମ୍ପର୍କ ରଖିବା ପରେ ସେ ଗର୍ଭବତୀ ହେବାରୁ ଗର୍ଭପାତ କରାଇବାକୁ ଚାପ ପକାଇଥିଲେ। ହେଲେ ସେ ରାଜି ହୋଇନଥିଲେ। ତେଣୁ ଅନ୍ୟ ଔଷଧ ନାଁରେ ଗର୍ଭପାତ ଟାବଲେଟ ଦେଇ ଗର୍ଭପାତ କରାଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ମିଥୁନଙ୍କ ପୁଅ ଏଭଳି କରିବା ପଛରେ ତାଙ୍କ ମାଆ ଯୋଗିତାଙ୍କ ରହିଥିବା ପୀଡ଼ାତା କହିଛନ୍ତି। ଏହି ମାମଲାରେ ଏଫଆଇଆର ଦେବାକୁ ଚେଷ୍ଟା କରିଥିଲେ ହେଁ ପୋଲିସ ମାମଲା ଗ୍ରହଣ କରିନଥିଲା। ଯାହାଫଳରେ ସେ ମୁମ୍ବାଇ ଛାଡି ଦିଲ୍ଲୀ ଯାଇଥିଲେ। କିଛି ପ୍ରମାଣକୁ ଆଧାର କରି ପୀଡ଼ିତା ଦିଲ୍ଲୀର ରୋହିଣୀ କୋର୍ଟରେ ଆବେଦନ କରିଛନ୍ତି। କୋର୍ଟ ଏଫଆଇଆରକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେବାରୁ ପୋଲିସ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ ମିଥୁନଙ୍କ ପୁଅ ତାଙ୍କ ଗର୍ଲଫ୍ରେଣ୍ଡ ମାଦାଲସା ଶର୍ମାଙ୍କୁ ୭ ଜୁଲାଇ ୨୦୧୮ରେ ବିବାହ କରିଛନ୍ତି।

ମତାମତ ଦିଅନ୍ତୁ ।