ମୋ ପାର୍ଟିର ଲୋକେ ମୋ ଉପରେ ଆକ୍ରମଣ କରିଥିଲେ : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ସାଙ୍ଗଠନିକ ନିର୍ବାଚନକୁ ନେଇ ଦଳର ୨୩ ନେତା ଉଠାଇଥିବା ପ୍ରଶ୍ନ ମଧ୍ୟରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ପାର୍ଟିରେ ଗଣତନ୍ତ୍ରକୁ ନେଇ ଜବାବ ରଖିଛନ୍ତି। ସେ କହିଛନ୍ତି ପାର୍ଟି ଭିତରେ ଗଣତାନ୍ତ୍ରିକ ନିର୍ବାଚନକୁ ସେ ଗୁରୁତ୍ଵପୂର୍ଣ୍ଣ ମାନନ୍ତି। ମାତ୍ର ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ବିଜେପି, ବିଏସପି କିମ୍ବା ସମାଜବାଦୀ ପାର୍ଟିକୁ ପ୍ରଶ୍ନ କରାଯାଏ ନାହିଁ।

ଆମେରିକାର କର୍ଣ୍ଣେଲ ୟୁନିଭର୍ସିଟିର ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗ ଦେଇ ରାହୁଲ ଗାନ୍ଧୀ ପାର୍ଟିରେ ଗଣତନ୍ତ୍ର ପ୍ରସଙ୍ଗ ଉପରେ ଜବାବ ଦେଇଛନ୍ତି। ରାହୁଲ କହିଛନ୍ତି ମୁଁ ପ୍ରଥମ ବ୍ୟକ୍ତି ଯିଏ ଯୁବ ସଂଗଠନ ଓ ଛାତ୍ର ସଂଗଠନ ନିର୍ବାଚନ କରାଇଛି। ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମାଡପିଟ୍ ମଧ୍ୟ ହୋଇଛି। ନିର୍ବାଚନ କରାଇଥିବା ଯୋଗୁଁ ମୋତେ କ୍ରୁସ ଉପରେ ଚଢାଯାଇଥିଲା। ମୋ ଉପରେ ହିଁ ମୋ ପାର୍ଟିର ଲୋକେ ହମଲା କରିଥିଲେ।

ରାହୁଲ କହିଛନ୍ତି ମୁଁ ପ୍ରଥମ ବ୍ୟକ୍ତି ଯିଏ ପାର୍ଟି ଭିତରେ ଗଣତାନ୍ତ୍ରିକ ନିର୍ବାଚନକୁ ବହୁତ ଗୁରୁତ୍ଵ ଦେଇଥାଏ। କିନ୍ତୁ ମୋ ପାଇଁ ଏହା ବହୁତ ରୋଚକ କଥା ହୋଇଥିବା ବେଳେ ଏହି ପ୍ରଶ୍ନ ଦେଶର ଅନ୍ୟ କୌଣସି ରାଜନୈତିକ ପାର୍ଟିକୁ ପଚରା ଯାଏ ନାହିଁ। କେହି ଏହା ମଧ୍ୟ ପ୍ରଶ୍ନ କରନ୍ତି ନାହିଁ ବିଜେପି, ବିଏସପି ଓ ସମାଜବାଦୀ ପାର୍ଟିରେ ଗଣତନ୍ତ୍ର ଅଛି କି ନାହିଁ।

Leave a Reply

Your email address will not be published. Required fields are marked *

Back to top button