ମୋବାଇଲ ଲୁଟେରାଙ୍କୁ ଗିରଫ କଲା ରେଳବାଇ ପୋଲିସ

ଭଦ୍ରକ : ରେଳବାଇ ପୋଲିସ ହାତରେ ଧରା ପଡିଲା ମୋବାଇଲ ଲୁଟେରା ଗ୍ୟାଙ୍ଗ। ଲୁଟେରାଙ୍କ ଠାରୁ ଜବତ ହୋଇଛି ୧୩ଟି ଚୋରା ମୋବାଇଲ।

ଖବର ଅନୁଯାୟୀ ହାଓଡ଼ା-ଯଶବନ୍ତପୁର ଟ୍ରେନ ଯାଉଥିବା ସମୟରେ ଭଦ୍ରକ ଜିଆରପି ପୋଲିସ ମୋବାଇଲ ଲୁଟେରାଙ୍କୁ ଧରିଥିଲା। ଚଢ଼ଉ ପାଇଁ ଜିଆରପି ପୋଲିସ ଆରପିଏଫର ସହଯୋଗ ନେଇଥିଲା। ଜିଆରପି ଥାନା ଅଧିକାରୀ ସନ୍ତୋଷ କୁମାର ବାହିନୀପତି ଓ ଆରପିଏଫ ଅଧିକାରୀ ବିକାଶ ରଞ୍ଜନ ସିଂଙ୍କ ମିଳିତ ଉଦ୍ୟମରେ ଦୁଇ ମୋବାଇଲ ଲୁଟେରାକୁ ଧରାଯାଇଥିଲା। ସେମାନଙ୍କ ନିକଟରୁ ବିଭିନ୍ନ ନାମିଦାମୀ କମ୍ପାନୀର ୧୩ଟି ମୋବାଇଲ ଫୋନ ଜବତ କରାଯାଇଛି। ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ପୁରୁଣା ବଜାର ଥାନା ଅଧିନସ୍ଥ ସନ୍ଥିଆ ଓ ନିଳକଣ୍ଠ ପୁର ଗ୍ରାମର ଜିତେନ୍ଦ୍ର ସିଂ। ଆଉଜଣେ ଟାଉନ ଥାନା ଅଧିନସ୍ଥ ଡାହାଣୀ ଗଢ଼ିଆ ଛକର ରାଜେଶ୍ ବେହେରା ଓରଫ୍ ରାଜୁ ରେଡି।

Leave a Reply

Your email address will not be published. Required fields are marked *

Back to top button