ମୃତ୍ୟୁ ପୂର୍ବରୁ ଫେସବୁକ୍‌ରେ ‘ଶେଷ ଗୁଡ ମର୍ଣ୍ଣିଂ’ ଲେଖିଥିଲେ ଡାକ୍ତର

0

ମୁମ୍ବାଇ : ମହାମାରୀ କରୋନା ଭାଇରସ ପ୍ରତିଦିନ ମୁଣ୍ଡ ନେଇ ଚାଲିଛି। ବଢି ଚାଲିଛି ସଂକ୍ରମଣ। ଏ ମଧ୍ୟରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇର ଜଣେ ୫୧ ବର୍ଷୀୟ ମହିଳା ଡାକ୍ତରଙ୍କର ସୋମବାର ବିଳମ୍ବିତ ରାତିରେ ମୃତ୍ୟୁ ଘଟିଛି। କିନ୍ତୁ ଏହା ପୂର୍ବରୁ ସେ ବନ୍ଧୁମାନଙ୍କୁ ଫେସବୁକ୍‌ରେ ଜଣାଇଥିଲେ ଗୁଡ ମର୍ଣ୍ଣିଂ।

ମୁମ୍ବାଇର ସେୱରି ଟିବି ହସ୍ପିଟାଲରେ ମୁଖ୍ୟ ହେଉଛନ୍ତି ମନୀଷା ଯାଦବ। ସେ ତାଙ୍କ ଫେସବୁକ୍‌ରେ ରବିବାର ଲେଖିଥିଲେ “ବୋଧେ ଏହା ଶେଷ ଗୁଡ ମର୍ଣ୍ଣିଂ। ମୁଁ ଆପଣମାନଙ୍କୁ ବୋଧେ ଏହି ପ୍ଲାଟଫର୍ମରେ ଆଉ ଭେଟି ପାରିବି ନାହିଁ। ସମସ୍ତେ ନିଜର ଯତ୍ନ ନିଅନ୍ତୁ। ଶରୀର ମରେ। ଆତ୍ମା ନୁହେଁ। ଆତ୍ମା ସବୁବେଳେ ଅମର।” ଏହି ପୋଷ୍ଟରେ ଅନେକ ଲୋକ କମେଣ୍ଟ ଦେଇ ଡାକ୍ତର ମନୀଷା କେମିତି ଶୀଘ୍ର ସୁସ୍ଥ ହୋଇଯିବେ ସେନେଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରିଥିଲେ। କଇନ୍ତୁ ପୋଷ୍ଟର ୩୬ ଘଣ୍ଟା ପରେ ମନୀଷାଙ୍କ ମୃତ୍ୟୁ ଘଟିଛି।

Leave A Reply

Your email address will not be published.