ମୁଖ୍ୟ ଶାସନ ସଚିବଙ୍କ ଯାଜପୁର ଗସ୍ତ ଓ ମା’ ବିରଜାଙ୍କୁ ଦର୍ଶନ

0

ଯାଜପୁର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଯାଜପୁର ଗସ୍ତ କରିଛନ୍ତି। ଏହି ଅବସରରେ ସେ ପ୍ରଥମେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କୁ ଦର୍ଶନ କରିବା ପରେ ମନ୍ଦିରରେ ଚାଲିଥିବା ଉନ୍ନୟନ କାମର ତଦାରଖ କରିଥିଲେ। ଆସନ୍ତା ୬-୭ ମାସ ମଧ୍ୟରେ ମନ୍ଦିରର ଉନ୍ନୟନ କାମ ଶେଷ ହେବ ବୋଲି ସେ କହିଛନ୍ତି।

ଏହାବ୍ୟତୀତ ଶ୍ରୀ ମହାପାତ୍ର ଯାଜପୁର ଜିଲ୍ଲାରେ ଚାଲିଥିବା ସମସ୍ତ ଉନ୍ନୟନ କାର୍ଯ୍ୟ, ମେଡିକାଲ କଲେଜ, ପ୍ରଶାସନିକ ଭବନ ଓ ବରାହ ପ୍ରକଳ୍ପ ଆଦିର ତଦାରଖ କରିଥିଲେ। କୁସୁମା ପ୍ରକଳ୍ପ ଓ ଯାଜପୁର ଜିଲ୍ଲା ସ୍କୁଲକୁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଯାଇ ପାଠପଢ଼ା କେମିତି ଚାଲିଛି ତାହା ମଧ୍ୟ ଅନୁଧ୍ୟାନ କରିଛନ୍ତି। ଜିଲ୍ଲାର ଅନ୍ୟ ମେଗା-ପ୍ରକଳ୍ପ ସଂପର୍କରେ ପ୍ରଶାସନ ସହିତ ମୁଖ୍ୟ ସଚିବ ଆଲୋଚନା କରିଥିବା ଜଣାପଡିଛି।

Leave A Reply

Your email address will not be published.