ମୁଖ୍ୟମନ୍ତ୍ରୀଙ୍କ ଘୋଷିତ ପ୍ୟାକେଜ୍‌ କାର୍ଯ୍ୟକାରୀ ଦିଗରେ ଅଧିକାରୀମାନେ କ୍ରିୟାଶୀଳ ହୁଅନ୍ତୁ : ମନ୍ତ୍ରୀ ଡ. ସାହୁ

ଭୁବନେଶ୍ୱର : ରାଜ୍ୟର ଅର୍ଥନୈତିକ ପ୍ରଗତି ଓ କୃଷକମାନଙ୍କର ଆୟବୃଦ୍ଧି ଦିଗରେ ମତ୍ସ୍ୟ ଓ ପ୍ରାଣୀସଂପଦର ଏକ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଥିବାରୁ ଅଣ୍ଡା, ଦୁଧ ଆଦି ଉତ୍ପାଦନ କ୍ଷେତ୍ରରେ ସ୍ୱାବଲମ୍ବୀ ହେବା ସହିତ ଓଡ଼ିଶାକୁ ଏକ ବଳକା ରାଜ୍ୟରେ ପରିଣତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା କହିଛନ୍ତି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ।

ଶୁକ୍ରବାର ଆୟୋଜିତ ଭର୍ଚୁଆଲ୍‌ ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗ ଦ୍ୱାରା କାର୍ଯ୍ୟକାରୀ କରାଯାଇଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମୀକ୍ଷା କରିଥିଲେ ମନ୍ତ୍ରୀ ଡ. ସାହୁ। ଏହି ଅବସରରେ ଧାର୍ଯ୍ୟ ଲକ୍ଷ୍ୟକୁ ସମୟସୀମା ମଧ୍ୟରେ ପୂରଣ କରିବା ସହିତ କୋଭିଡ୍‌-୧୯ ସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଘୋଷିତ ସ୍ୱତନ୍ତ୍ର ପ୍ୟାକେଜ୍‌ କାର୍ଯ୍ୟକାରୀ କରିବା ଉପରେ ସେ ଦେଇଥିଲେ। ଲୋକମାନଙ୍କୁ ରୋଜଗାର ଯୋଗାଇଦେବା ଓ ଆୟ ବୃଦ୍ଧି କରିବା ଦିଗରେ ଅଧିକ କ୍ରିୟାଶୀଳ ହେବା ପାଇଁ ଅଧିକାରୀମାନଙ୍କୁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଆର୍‌. ରଘୁ ପ୍ରସାଦ, ପ୍ରାଣୀପାଳନ ଓ ପ୍ରାଣୀପାଳନ ଚିକିତ୍ସା ନିର୍ଦ୍ଦେଶକ ରନିାରତ୍ନାକର ରାଉତଙ୍କ ସମେତ ମତ୍ସ୍ୟ ଅଧିକାରୀ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

ମତାମତ ଦିଅନ୍ତୁ ।