ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିଜେପି ବିଧାୟକ

0

ଭୁବନେଶ୍ୱର : ବିଧାନସଭାର ଅଚଳାବସ୍ଥାକୁ ଏଡ଼ାଇବା ପାଇଁ ବିଜେପି ବିଧାୟକମାନେ ଚିଠି ଲେଖି ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ପୂର୍ବରୁ ଗୃହକୁ ସ୍ୱାଭାବିକ କରିବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖି ସର୍ବଦଳୀୟ ବୈଠକ ଦାବି କରିଥିଲେ। ଆଜି ବିଜେପି ବିଧାୟକମାନେ ରାଜ୍ୟରେ ଧାନମଣ୍ଡିରୁ ଧାନ କିଣା ସମ୍ପର୍କରେ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। ସେମାନେ ଲେଖିଛନ୍ତି ଫେବୃୟାରୀ ୨୬ ତାରିଖରେ ବିଧାନସଭାରେ ମନ୍ତ୍ରୀ ଦେଇଥିବା ବିବୃତ୍ତି କାର୍ଯ୍ୟକାରୀ ହୋଇନାହିଁ। ଏହି ପ୍ରତିଶ୍ରୁତି ଅସତ୍ୟ ପ୍ରମାଣିତ ହୋଇଛି। ତେଣୁ ବିଧାନସଭା ପ୍ରକୋଷ୍ଠ, ଲୋକସେବା ଭବନ କିମ୍ବା ବାସଭବନରେ ଆଲୋଚନା ପାଇଁ ସମୟ ନିର୍ଦ୍ଧାରଣ କରାଗଲେ ବିଧାନସଭାରେ ସୃଷ୍ଟି ହୋଇଥିବା ଅପ୍ରୀତିକର ପରିସ୍ଥିତିର ଅବସାନ ହେବ। ଏଥିସହ ଓଡ଼ିଶାର ଚାଷୀକୂଳ ଉପକୃତ ହେବେ ବୋଲି ବିଜେପି ବିଧାୟକମାନେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ଚିଠିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ସମେତ ସମସ୍ତ ବିଜେପି ବିଧାୟକ ଦସ୍ତଖତ କରିଛନ୍ତି।

Leave A Reply

Your email address will not be published.