Breaking Newsଜୀବନଚର୍ଯ୍ୟା

ମୂଳାରୁ ମିଳିବ ଏସବୁ ଫାଇଦା

ଶୀତ ଦିନିଆ ପରିବା ମୂଳା। ଏହାକୁ କେତେକ ଲୋକ ସାଲାଡ ଓ ଆଉ କିଏ ରୋଷେଇ କରି ଖାଇବାକୁ ପସନ୍ଦ କରନ୍ତି। ରୋଷେଇ କରିବା ଦ୍ୱାରା ଭିଟାମିନ ନଷ୍ଟ ହୋଇଥାଏ। ତେଣୁ ମୂଳାକୁ ସାଲାଡ ଖାଇବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି। ଏଥିରେ କ୍ୟାଲସିଅମ, ଫସଫରସ ଓ ଭିଟାସିନ-ସି ବ୍ୟତୀତ ଅନ୍ୟ ଆଇରନ ଯୁକ୍ତ ପଦାର୍ଥ ଭରପୁର ରହିଛି। ତେବେ ମୂଳା ଖାଇଲେ କ’ଣ ଲାଭ ମିମିବ ଆସନ୍ତୁ ସେ ସମ୍ପର୍କରେ ଜାଣିବା।

  • ମୂଳା ଶରୀରରକୁ ଆବଶ୍ୟକ ପରିମାଣରେ ପୋଟାସିଅମ ଯୋଗାଇଥାଏ। ଏହାଦ୍ୱାରା ରକ୍ତଚାପ ଆଶଙ୍କା କମ କରିବା ସହିତ ରକ୍ତ ସଂଚାଳନ ନିୟନ୍ତ୍ରଣ କରିଥାଏ।
  • ଶୀତ ଦିନ ହେଉଥିବା ଥଣ୍ଡା ଓ କାଶର କୌଣସି ସଠିକ ଔଷଧ ନାହିଁ। କିନ୍ତୁ ମୂଳା ଏହି ରୋଗର ମୁକାବିଲା କରିବାରେ ସହାଯ୍ୟ କରିବ। ମୂଳାରେ ଥିବା କଞ୍ଜେଷ୍ଟିଭ ଗୁଣ ଥଣ୍ଡା, କାଶ ସମସ୍ୟାରୁ ମୁକ୍ତି ଦେଇଥାଏ।
  • ମୂଳା ଖାଇଲେ ଗଳା ଓ ନାକରେ ହୋଇଥିବା ସଂକ୍ରମଣ ଦୂର ହୁଏ।
  • ମୂଳାରେ ଭିଟାମିନ-ଏ, ସି, ବି-୬, ପୋଟାସିଅମ ଓ ଅନ୍ୟ ମିନେରାଲରେ ଭରପୁର। ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ। ମୂଳାରେ ଥିବା ଆଣ୍ଟି-ଅକ୍ସିଡେଣ୍ଟ ଗୁଣ ହୃଦ ରୋଗ ଜନିତ ସମସ୍ୟକୁ ଦୂର କରିଥାଏ।
  • ମୂଳାରେ ଭିଟାମିନ ସହ ଫସଫରସ ଓ ଜିଙ୍କ ମଧ୍ୟ ଭରପୁର ରହିଥିବାରୁ ତ୍ୱଚା ପାଇଁ ବେଶ ଲାଭଦାୟକ। ମୂଳା ଖାଇବା ଦ୍ୱାରା ତ୍ୱଚାରେ ଥିବା କଳା ଦାଗ, ବ୍ରଣ ଭଳି ସମସ୍ୟାରୁ ମୁକ୍ତି ମିଳିବା ସହିତ ତ୍ୱଚା ଚିକ୍କଣ ହୋଇଥାଏ।
  • ମୂଳାରେ ଅଧିକ ମାତ୍ରାରେ ଜଳିୟ ପଦାର୍ଥ ରହିଛି। ଏହା ଆମ ଶରୀରକୁ ପ୍ରାକୃତିକ ରୂପେ ହାଇଡ୍ରେଟ ରଖେ। କିନ୍ତୁ ରାତିରେ ମୂଳା ଖାଇବା ମନା। କେବଳ ଦିନରେ ଖାଇବା ଉଚିତ। ରାତିରେ ଖାଇବା ଦ୍ୱାରା ଏହା ଶୀଘ୍ର ହଜମ ହୁଏ ନହିଁ। ପେଟ ଜନିତ ସମସ୍ୟା ଦେଖା ଦେଇପାରେ।

ମତାମତ ଦିଅନ୍ତୁ ।

Back to top button