ମୁଲାୟମ ସିଂହ ଯାଦବଙ୍କ ପରଲୋକ

ଲକ୍ଷ୍ନୌ : ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ଘନିଷ୍ଠ ସହଯୋଗୀ ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତ ହୋଇଛି। ସେ ସମାଜବାଦୀ ପାର୍ଟିରୁ ବିଧାନ ପରିଷଦକୁ ନିର୍ବାଚିତ ହୋଇ କାର୍ଯ୍ୟ କରିଥିଲେ।

ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସହ ତାଙ୍କ ନାଁ ମିଶୁଥିବାରୁ ଏହାକୁ ନେଇ ସାରା ଦେଶରେ କିଛି ସମୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ତେବେ ଉତ୍ତର ପ୍ରଦେଶର ପୂର୍ବତ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବ ଠିକ ଅଛନ୍ତି। ହେଲେ ତାଙ୍କ ସହଯୋଗୀ ମୁଲାୟମ ସିଂହ ଯାଦବଙ୍କର ୯୨ ବର୍ଷ ବୟସରେ ପରଲୋକ ହୋଇଛି। ସେ ଅକ୍ଟୋବର ୩ରେ ପ୍ରାଣ ହରାଇ ଥିଲେ ହେଁ ଦଳ ପକ୍ଷରୁ ଅକ୍ଟୋବର ୪ରେ ଏନେଇ ସୂଚନା ଦିଆଯାଇଥିଲା।

ମୁଲାୟମ ସିଂହ ଯାଦବ ୧୯୪୯ରେ ୨୧ ବର୍ଷ ବୟସରେ ସରପଞ୍ଚ ହୋଇ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ସେ ୧୫ ବର୍ଷ ଧରି ବ୍ଲକ ମୁଖ୍ୟ ଓ ୨୦ ବର୍ଷ ଧରି ଏମଏଲସି ଭାବେ କାର୍ଯ୍ୟ କରିଥିଲେ। ସମାଜବାଦୀର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଲେଶ ଯାଦବ ଟ୍ୱିଟ କରି ଦଳର ବରିଷ୍ଠ ନେତା ତଥା ପୂର୍ବତନ ଏମଏଲସି ମୁଲାୟମ ସିଂହ ଯାଦବଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

ମତାମତ ଦିଅନ୍ତୁ ।