ନାବାଳକଙ୍କୁ ଥାର୍ଡଡିଗ୍ରି : ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଏସଡିପିଓଙ୍କୁ ନିର୍ଦ୍ଦେଶ

କେନ୍ଦୁଝର : ପାଟଣା ଥାନାରେ ଜଣେ ନାବାଳକକୁ ନିସ୍ତୁକ ମାଡ଼ ମରାଯାଇଥିବା ତାଙ୍କ କେନ୍ଦୁଝର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଏସପି ଏହାକୁ ଗୁରୁତ୍ଵ ଦେଇ ୨୪ ଘଣ୍ଟା ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ଏସଡିପିଓଙ୍କୁ ନିର୍ଦେଶ ଦେଇଛନ୍ତି। ରିପୋର୍ଟ ମିଳିବା ପରେ ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଛି।

ପୀଡ଼ିତଙ୍କ ମା’ଙ୍କ ଅଭିଯୋଗ ଅନୁଯାୟୀ କୌଣସି ଏକ ଚୋରି ମାମଲାରେ କାମେଶ୍ଵରପୁର ପାଟଣା ଗ୍ରାମର ଯ‌ଶୋବନ୍ତ ନାଏକ ଓ ବୀଣା ନାଏକଙ୍କ ନାବାଳକ ପୁଅ ଅମନ ନାଏକକୁ ଗତ ୨୧ ତାରିଖରେ ଥାନାକୁ ଡକା ଯାଇଥିଲା। ପରିବାର ସହିତ ନାବାଳକ ଜଣକ ଥାନାକୁ ଆସିଥିଲେ। କିନ୍ତୁ ପୁଅକୁ କିଛି ସମୟ ପରେ ଛଡାଯିବ କହି ପରିବାର ଲୋକଙ୍କୁ ଫେରାଇ ଦିଆଯା‌ଇଥିଲା। ଦୀର୍ଘ ସମୟ ପୁଅ ନଫେରିବାରୁ ଅପରାହ୍ନ ୪ଟାରେ ସେମାନେ ଆସି ଦେଖିଲେ ଅମନକୁ ନିସ୍ତୁକ ମାଡ଼ମାରି କ୍ଷତାକ୍ତ କରି ଦିଆଯାଇଛି। ପୋଲିସ ଅମନଙ୍କୁ ଛାଡ଼ି ଦେଇଥିଲେ ହେଁ ଗୋଡ଼ରେ ପ୍ରବଳ ମାଡ଼ ହୋଇଥିବାରୁ ସେ ଚାଲିପାରୁ ନଥିଲା। ପରିବାର ଲୋକେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରିଥିଲେ। ଥାନାର ଶିବଶଙ୍କର ଆଲଦା ଓ ଅରୁୁପ ସାମଲ ଏପରି ଅମାନୁଷିକ ଭାବେ ମା‌ଡ଼ ମାରିଥିବା ବେଳେ ପରିବାରକୁ ଧମକ ଦେଉଥିବା ନାବାଳକର ମା’ କେନ୍ଦୁଝର ଏସ୍‌ପିଙ୍କ ନିକଟରେ ଅଭିଯୋଗ କରିଥିଲେ।

ମତାମତ ଦିଅନ୍ତୁ ।