ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ

ମିରଟ : ହାପୁରରେ ଜଣେ ୧୨ ବର୍ଷୀୟ ଝିଅକୁ ଗଣଦୁଷ୍କର୍ମ ଓ ହତ୍ୟା କରିବା ଘଟଣାରେ ୨ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୁଇ ବର୍ଷ ତଳେ ଘଟିଥିବା ଏହି ଘଟଣାରେ ସ୍ୱତନ୍ତ୍ର ବିଚାରପତି (ପକ୍ସୋ ଆକ୍ଟ) ବୀଣା ନାରାୟଣ ଏହି ରାୟ ଦେଇଛନ୍ତି।

ସୂଚନଯୋଗ୍ୟ ନାବାଳିକାଙ୍କ ଘରେ କାମ କରୁଥିଲେ ଅଙ୍କୁର ଓ ସୋନୁ। ୨୦୧୮ ସେପ୍ଟେମ୍ବର ୯ରେ ବାପାମା’ କୌଣସି କାମ ପାଇଁ ବାହାରକୁ ଯାଇଥିବାରୁ ନାବାଳିକା ଓ ତାଙ୍କ ୧୦ ବର୍ଷୀୟ ଭାଇ ଘରେ ରହିଥିଲେ। ଏହାର ସୁଯୋଗ ନେଇ ସୋନୁ ଓ ଅଙ୍କୁର ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ସାନ ଭାଇ ବିରୋଧ କରିବାରୁ ସେମାନେ ତା’ର ତଣ୍ଟି କାଟି ଫୋପାଡ଼ି ଦେଇଥିଲେ। ଗଣଦୁଷ୍କର୍ମ ପରେ ଝିଅଟିକୁ ହତ୍ୟା କରି ଗୋଦାମ ଘରେ ଫୋପାଡ଼ି ଦେଇ ଚାଲି ଯାଇଥିଲେ। କିନ୍ତୁ ଭାଇ ବଞ୍ଚି ଯାଇଥିବାରୁ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ବେକରେ ଆଘାତ ଯୋଗୁ ସେ କିଛି କହିପାରୁ ନଥିଲେ ମଧ୍ୟ ଘଟଣା ସମ୍ପର୍କରେ ଲେଖିତ ଭାବେ ଅବଗତ କରାଇଥିଲେ।

ମତାମତ ଦିଅନ୍ତୁ ।