ନବନୀତ ରାଣା ଲୋକସଭା ସଦସ୍ୟତା ହରାଇ ପାରନ୍ତି

ଅମରାବତୀ : ମହାରାଷ୍ଟ୍ରର ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କୁ ବମ୍ଵେ ହାଇକୋର୍ଟରୁ ଝଟକା। ତାଙ୍କ ଜାତି ପ୍ରମାଣପତ୍ରକୁ କୋର୍ଟ ଖାରଜ କରିଦେଇଥିବା ବେଳେ ଦୁଇ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି।

ଖବର ଅନୁଯାୟୀ ଅମରାବତୀ ସଂସଦୀୟ କ୍ଷେତ୍ରରୁ ନିର୍ଦ୍ଦଳୀୟ ସାଂସଦ ନବନୀତ ରାଣାଙ୍କ ସ୍ଵାମୀ ରବି ରାଣା ବଡନେରା ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ। ୨୦୧୪ରେ ଅଦାଲତ ତାଙ୍କ ଜାତି ପ୍ରମାଣପତ୍ରକୁ ଖାରଜ କରିଥିଲେ। ସେ ଦୃଷ୍ଟିରୁ ନବନୀତଙ୍କ ଲୋକସଭା ସଦସ୍ୟତା ହରାଇବାର ବିପଦ ଦେଖା ଦେଇଛି। କାରଣ ଏହି ଆସନ ଅନୁସୂଚିତ ଜାତି ପାଇଁ ଉଦ୍ଦିଷ୍ଟ। କିନ୍ତୁ କୋର୍ଟ ଏ ପର୍ଯ୍ୟନ୍ତ ଏହି ମାମଲା ଉପରେ କୌଣସି ଟିପ୍ପଣୀ କରି ନାହାନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଅଭିନୟ ଜଗତରୁ ରାଜନୀତିରେ ପ୍ରବେଶ କରିଥିବା ନବନୀତ ସାତୋଟି ଭାଷାରେ ପାରଙ୍ଗମ। ସେ ୨୦୧୯ ସାଧାରଣ ନିର୍ବାଚନରେ ଶିବସେନା ନେତା ଆନନ୍ଦରାଓ ଅଦସୁଲଙ୍କୁ ପରାସ୍ତ କରିଥିଲେ। ନବନୀତ ବିରୋଧରେ ଅଭିଯୋଗ ସେ ନକଲି ଜାତି ପ୍ରମାଣପତ୍ର ଦେଇ ଏସସି ସଂରକ୍ଷିତ ଆସନରୁ ନିର୍ବାଚନ ଲଢିଛନ୍ତି। ନକଲି କାଗଜପତ୍ର ଦେଇ ସ୍କୁଲ ସାର୍ଟିଫିକେଟ୍ ତିଆରି କରିଛନ୍ତି।

ନବନୀତ ରାଣାଙ୍କ ଜନ୍ମ ମୁମ୍ବାଇରେ ହୋଇଥିଲା। ତାଙ୍କ ଅଭିଭାବକ ମୂଳତଃ ପଞ୍ଜାବୀ। କନ୍ନଡ ଫିଲ୍ମ ଦର୍ଶନରୁ ଅଭିନୟ ଆରମ୍ଭ କରିଥିବା ନବନୀତ ଅନେକ ତେଲୁଗୁ, ପଞ୍ଜାବୀ ସମେତ ଅନେକ ଭାଷାରେ କାମ କରିଛନ୍ତି। ରାଣାଙ୍କ ପିତା ଆର୍ମି ଅଧିକାରୀ। କୁହାଯାଉଛି ନବନୀତ ଦ୍ଵାଦଶ ପର୍ଯ୍ୟନ୍ତ ପଢିଛନ୍ତି। ଏହା ପରେ ସେ ମଡେଲିଂ ଜଗତରେ ପାଦ ଦେଇ ଅନେକ ମ୍ୟୁଜିକ୍ ଆଲବମ୍‌ରେ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button