ନାଭାଲ ଟାଟା ହକି ଏକାଡେମି ପକ୍ଷରୁ “ଦି ଫ୍ୟୁଚର ଟୁ ପିକ୍ ପରଫରମାନ୍ସ’ ଉପରେ ୱେବିନାର

ଭୁବନେଶ୍ୱର : ନାଭାଲ ଟାଟା ହକି ଏକାଡେମି ପକ୍ଷରୁ “ଦି ଫ୍ୟୁଚର ଟୁ ପିକ୍ ପରଫରମାନ୍ସ: ଏକ ଉତମ ଭବିଷ୍ୟତ ପାଇଁ ହାଇ ପରଫରମାନ୍ସ ସେଂଟର୍ସ, ପ୍ରଦର୍ଶନର ଅନୁଶୀଳନ ଓ କ୍ରୀଡ଼ା ବିଜ୍ଞାନ’ ଉପରେ ଏକ ଆଲୋଚନା ଭିତିିକ ୱେବିନାର୍ ଆୟୋଜନ କରାଯାଇଛି। ଏହି ୱେବିନାର୍‌ରେ ସାରା ବିଶ୍ୱର କ୍ରୀଡ଼ା ବ୍ୟକ୍ତିତ୍ୱମାନେ ଅଂଶଗ୍ରହଣ କରି ଭାରତୀୟ କ୍ରୀଡ଼ାର ଅଭ୍ୟୁଦୟ ଓ ଭବିଷ୍ୟତ ବିଷୟରେ ଆଲୋଚନା କରିଥିଲେ। ପ୍ୟା଼ନେଲିଷ୍ଟ୍‌ମାନଙ୍କ କଥା ଶୁଣିବା ଓ କ୍ରୀଡ଼ା ଉପରେ ଭାରତର ନୂତନ ଗୁରୁତ୍ୱ ଓ ଆଗାମୀ ଦିନରେ ହେବାକୁ ଥିବା ଆନ୍ତର୍ଜାତିକ ଦୌଡ଼କୁଦ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଉପରେ ସେମାନଙ୍କ ମତ ବାଂଟିବା ଲାଗି ଦେଶର କ୍ରୀଡ଼ାପ୍ରେମୀମାନଙ୍କୁ ଏହି ମଂଚ ଶ୍ରେଷ୍ଠ ସୁଯୋଗ ଦେଇଥିଲା।

ଏହି ୱେବିନାର୍‌ରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ପ୍ୟାନେଲିଷ୍ଟ୍‌ମାନଙ୍କ ମଧ୍ୟରେ ଥିଲେ ଅଲିମ୍ପିଆନ୍ ଫ୍ଲୋରିସ୍ ବୋଭେଲାଣ୍ଡର୍‌, ବୈଷୟିକ ନିର୍ଦେଶକ, ହକି ଏସ୍ ଫାଉଣ୍ଡେସନ ଓ ଏନ୍‌ଟିଏଚ୍‌ଏ ଓଡ଼ିଶା, ଅଲମ୍ପିଆନ୍ କାଜିମ୍ ପଂଜାବି, ମୁଖ୍ୟ କୋଚ୍‌, ଓଡ଼ିଶା ଭାରୋତୋଳନ ଏଚ୍‌ପିସି, ଟେନ୍‌ଭିକ୍ ସ୍ପୋର୍ଟସ୍ ଏଜୁକେସନ ପ୍ରାଇଭେଟ୍ ଲିମିଟେଡ୍‌, ରସଦି ୱାର୍ଲି, ସିଇଓ, ଆଇଆଇଏସ ଓ ପ୍ରୋଗ୍ରାମ୍ ଡାଇରେକ୍ଟର, ଓଡ଼ିଶା ଜେଏସ୍‌ଡବ୍ଲୁ ସ୍ୱିମିଂ ଏଚ୍‌ପିସି, ହିଥ୍ ମାଥ୍ୟୁସ୍‌, ମୁଖ୍ୟ, କ୍ରୀଡ଼ା ବିଜ୍ଞାନ ଓ ଭେଷଜ, (ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲ୍ ଆଣ୍ଡ୍ ରିସର୍ଚ ଇନଷ୍ଟିଚ୍ୟୁଟ୍‌), ଡକ୍ଟର ଦୀଗପାଲ ସିଂହ ରାଣାୱତ, ନିର୍ଦେଶକ, ଅଭିନବ ଫ୍ୟୁୃଚରିଷ୍ଟିକ୍ ଆଣ୍ଡ୍ ଅଭିନବ ବିନ୍ଦ୍ରା ଟାର୍ଗେଟିଂ ପରଫରମାନ୍ସ ସେଂଟରସ୍‌, ଏବଂ ଅଜିତ ମାର୍କୋଜ୍‌, ଏଣ୍ଡୁରାନ୍ସ କୋଚ୍‌, ରିଲାଏନ୍ସ ଫାଉଣ୍ଡେସନ, ଓଡ଼ିଶା । ଏହି ୱେବିନାରରେ ସହ ସଂଯୋଜନା କରିଥିଲେ ରାଜୀବ ସେଠ୍‌, ପ୍ରକଳ୍ପ ନିର୍ଦେଶକ, ଏନଟିଏଚ୍‌ଏ ଓଡ଼ିଶା ଓ ବିଶିଷ୍ଟ ଫ୍ରିଲାନ୍ସ ସାମ୍ବାଦିକା ଦୀକ୍ଷା ତିୱାରୀ । ଭୁବନେଶ୍ୱର ଏନ୍‌ଟିଏଚ୍‌ଏ ଏକାଡେମିରେ ପ୍ରଶିକ୍ଷଣ ଗ୍ରହଣ କରୁଥିବା କ୍ରୀଡ଼ାବିତ୍‌ମାନେ ମଧ୍ୟ ଏହି ୱେବିନାର୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ସେମାନଙ୍କ ପସନ୍ଦର କୋଚ୍ ଏବଂ ବିଶେଷଜ୍ଞଙ୍କୁ ପ୍ରଶ୍ନ ପଚାରିଥିଲେ । ବିଶେଷମାନେ ସେମାନଙ୍କ ଅଭିଜ୍ଞତା ଅନୁସାରେ ସେମାନଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ମତାମତ ଦିଅନ୍ତୁ ।