ନକ୍ସଲଙ୍କ କବଜାରେ ନିଖୋଜ ଯବାନ : ଛାଡି଼ଦେବାକୁ କୁନି ଝିଅର ନିବେଦନ

ମାଲକାନଗିରି : ଛତିଶଗଡ ବିଜାପୁର ନକ୍ସଲ ଆକ୍ରମଣରେ ୨୪ ଶହୀଦ ଓ ୩୨ ଜଣ ଆହତ ହୋଇଛନ୍ତି। ଏବେ ସେମାନଙ୍କ କବଜାରେ ଅଛନ୍ତି ନିଖୋଜ ଯବାନ ରାକେଶ୍ୱର ସିଂ ମନହସ। ତାଙ୍କୁ ରଖିଥିବା ନକ୍ସଲ ସଂଗଠନ ଗଣମାଧ୍ୟମକୁ ସୂଚନା ଦେଇଛି।

ନକ୍ସଲ ସଂଗଠନ କହିଛି ୨୧୦ କୋବ୍ରା ବାଟାଲିୟନର ଯବାନ ରାକେଶ୍ୱର ସିଂ ମନହସଙ୍କୁ ସୁରକ୍ଷିତ ରଖାଯାଇଛି। ଏହି କଥା ଜଣାପଡିବା ପରେ ରାକେଶ୍ୱରଙ୍କ କୁନି ଝିଅ ‘ମୋ ବାବାଙ୍କୁ ଛାଡ଼ିଦିଅ’ ବୋଲି ଆକୁଳ ନିବେଦନ କରିଛି। ସେହିପରି ସ୍ୱାମୀଙ୍କୁ ଛାଡ଼ିଦେବା ପାଇଁ ନିବେଦନ କରିଛନ୍ତି ରାକେଶ୍ୱରଙ୍କ ପତ୍ନୀ ମୀନୁ ମାନହାସ। ଡିଆରଜି ଯବାନ ରାକେଶ୍ଵର ସିଂ ମନହାସ ଦୁର୍ଦାନ୍ତ ମାଓ କମାଣ୍ଡର ହିଡମା ନିକଟରେ ବନ୍ଦୀ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଜମ୍ମୁରେ ରହୁଥିବା ରାକେଶ୍ୱରଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ସିଆରପିଏଫର ଗୋଟିଏ ଟିମ୍ ଭେଟିଛି। ସେମାନେ କହିଛନ୍ତି ପଣବନ୍ଦୀ ସମ୍ପର୍କିତ ଖବରକୁ ଯାଞ୍ଚ କରାଯାଉଛି। ମାଓବାଦୀଙ୍କ କବଳରୁ ରାକେଶ୍ୱରଙ୍କୁ ଉଦ୍ଧାର କରିବା ପାଇଁ ସବୁ ପ୍ରକାରର ଉଦ୍ୟମ ହେଉଛି।

Leave a Reply

Your email address will not be published. Required fields are marked *

Back to top button