ନାଳରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଅନୁଗୋଳ : କିଆକଟା ଥାନା ଅନ୍ତର୍ଗତ ଓରୋଡ଼ା ଗାଁ ନାଳରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଯୁବତୀଙ୍କ ମୃତଦେହ ନାଳରେ ଭାସୁଥିବା ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନାଳରୁ ମୃତଦେହ ଉଦ୍ଧାର କରିଥିଲା। ଯୁବତୀଙ୍କ ବେକରେ କଟା ଦାଗ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ମତାମତ ଦିଅନ୍ତୁ ।