Breaking Newsରାଜ୍ୟ

ନନ୍ଦନକାନନ ପକ୍ଷୀ ବିହାର ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ

ଭୁବନେଶ୍ଵର : ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପିଛି। ଏହାକୁ ଦୃଷ୍ଟିରେ ରାଖି ନନ୍ଦନକାନନ କର୍ତ୍ତୃପକ୍ଷ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି। ଚିଡ଼ିଆଖାନାରେ ଥିବା ପକ୍ଷୀମାନଙ୍କୁ ବାର୍ଡ ଫ୍ଲୁ ଯେପରି ନ ବ୍ୟାପେ ସେଥିପାଇଁ ପକ୍ଷୀ ବିହାରକୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଏଥିସହ
ନନ୍ଦନକାନନରେ ଥିବା ସଫାରି ଓ ବ୍ୟାଟେରୀ ଚାଳିତ ଗାଡ଼ି ଚଳାଚଳକୁ ମଧ୍ୟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ନିଆଯାଇଛି।

ମତାମତ ଦିଅନ୍ତୁ ।

Back to top button