ସୁଦାନ କାରଖାନା ଗ୍ୟାସ ବିସ୍ଫୋରଣରେ୧୮ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ସୁଦାନର ରାଜଧାନୀ ଖାର୍ଟୁମଠାରେ ଥିବା ଏକ ସେରାମିକ ଟାଇଲ କାରଖାନା ଗ୍ୟାସ ବିସ୍ଫୋରଣରେ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ୧୮ ଜଣ ଭାରତୀୟ ଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି। ମୃତ ବ୍ୟକ୍ତିମାନଙ୍କ ପାଇଁ ବେଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଗଭୀର ଶୋକ ବ୍ୟକ୍ତି କରିଛନ୍ତି। ସହାୟତା ପାଇଁ ସୁଦାନରେ ଥିବା ଭାରତୀୟ ଦୂତାବାସରେ ହେଲପଲାଇନ ନମ୍ବର ଖୋଲାଯାଇଛି ବୋଲି ସେ ଟ୍ଵିଟ କରି କହିଛନ୍ତି।

ମିଳିଥିବା ସୂଚନା ଅନୁସାରେ ଖାର୍ଟୁମର ବାହରି ଅଞ୍ଚଳରେ ଥିବା ସାଲୋମୀ ନାମକ ସେରାମିକ ଟାଇଲ କାରଖାନାର ଗ୍ୟାସ ବିସ୍ଫୋରଣ ହେବାରୁ ଏହି ଦୁର୍ଘଟଣା ଘଟିଥିଲା। ଏହା ଏତେ ଭୟାନକ ଥିଲା ଯେ ବହୁ ଦୂରକୁ ନିଆଁ ଦେଖାଯାଉଥିଲା। କାରଖାନାରେ ଗ୍ୟାସ ଟାଙ୍କିଗୁଡ଼ିକୁ ନିରାପଦଭାବେ ରଖାଯାଇନଥିବାରୁ ଦୁର୍ଘଟଣା ଘଟିଥିଲା ବୋଲି ପୋଲିସ କହିଛି। ୨୩ ଜଣ ମୃତ୍ୟୁବରଣ କରିଥିବା ବେଳେ ପ୍ରାୟ ୧୩୦ ଜଣ ଗୁରୁତରଭାବେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ନିଆଁରେ ସଂପୂର୍ଣ୍ଣ ପୋଡିଯାଇଥିବାରୁ କେତେକ ମୃତକଙ୍କୁ ଚିହ୍ନଟ କରିବା କଷ୍ଟକର ହୋଇଛି।

ମତାମତ ଦିଅନ୍ତୁ ।