ବ୍ରିଟିଶ ଜାହାଜକୁ ଇରାନ ଜବତ କରିବାରୁ ବିବାଦୀୟ ପରିସ୍ଥିତି

ନୂଆଦିଲ୍ଲୀ : ଉପସାଗରୀୟ ଅଞ୍ଚଳରେ ବିବାଦୀୟ ପରିସ୍ଥିତି ଦେଖାଦେଇଛି। ଇରାନ ଅଟକ ରଖିଥିବା ବ୍ରିଟିଶ ଜାହଜ ଷ୍ଟେନା ଇମ୍ପେରୋ ଓ ୨୩ କର୍ମଚାରୀଙ୍କୁ ଛାଡିବାକୁ ମନ କରିଥିବା ବେଳେ ବ୍ରିଟେନ ଓ ଅନ୍ୟ ୟୁରୋପୀୟ ଦେଶଙ୍କ ନିବେଦନକୁ ଅଗ୍ରାହ୍ୟ କରିଛି। ଫଳରେ ଘଟଣା ଯୁଦ୍ଧ ଆଡକୁ ଯିବାର ଆଶଙ୍କା ରହିଛି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ କହିଛି ତୈଳବାହୀ ଜାହଜ ଜବତ ଘଟଣାରୁ ଜଣାପଡୁଛି ଯେ ଇରାନ ଏକ ବିପଦପୂର୍ଣ୍ଣ ରାସ୍ତା ବାଛିସାରିଛି ।

ଶୁକ୍ରବାରଦିନ ଷ୍ଟ୍ରେଟ ଅଫ ହର୍ମୁଜଠାରେ ଥିବା ବ୍ରିଟିଶ ଜାହାଜ ଏକ ଇରାନୀୟ ମାଛମରା ବୋଟ ସହିତ ମୁହାଁମୁହିଁ ହେବା ପରେ ଇରାନର ନୌସେନା ଜାହାଜଟିକୁ ଜବତ କରିଥିଲା। ଏଥିରେ ଥିବା ମୋଟ ୨୩ ଜଣ କର୍ମଚାରୀଙ୍କ ମଧ୍ୟରୁ ୧୮ ଜଣ ଭାରତୀୟ ବୋଲି ଜଣାପଡିଛି।

ମତାମତ ଦିଅନ୍ତୁ ।