April 7, 2020

ଦିଲ୍ଲୀରେ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀରେ ହିଂସା ଥମୁନାହିଁ। ମୃତ୍ୟୁ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ୧୩୫ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ହିଂସା ପ୍ରଭାବିତ ଅଞ୍ଚଳରେ ପୋଲିସ, ଅର୍ଦ୍ଧସାମରିକ ବାହିନୀ ଫ୍ଲାଗମାର୍ଚ୍ଚ କରୁଛନ୍ତି। ଏ ଅଞ୍ଚଳରେ ୧୪୪ ଧାରା ଲଗାଯାଇଛି। ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଖବର ଅନୁଯାୟୀ ଦିଲ୍ଲୀର ଚାନ୍ଦବାଗ, ମୌଜପୁର ଅଞ୍ଚଳରେ ସ୍ଥିତି ଉତ୍ତେଜନାପ୍ରବଣ ରହିଛି। ସେଥିପାଇଁ ଦିଲ୍ଲୀ ସରକାର ଆସନ୍ତାକାଲି ପାଇଁ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। ଇଣ୍ଟରନାଲ ପରୀକ୍ଷା ଗୁଡ଼ିକୁ କରାଯାଇଛି ବାତିଲ। ଏହି ହିଂସା ବିରୁଦ୍ଧରେ ଆଗତ ଏକ ମାମଲାର ଶୁଣାଣି ଆସନ୍ତା କାଲି ସୁପ୍ରିମକୋର୍ଟରେ ହେବ। ପୂର୍ବତନ ମୁଖ୍ୟ ସୂଚନା ଅଧିକାରୀ ଓ୍ଵାଜତ ହବିବୁଲ୍ଲାଙ୍କ ଦ୍ୱାରା ଏହି ମାମଲା ଦାଏର କରାଯାଇଛି। ଏହାଛଡା ହିଂସାର ଏସଆଇଟି ତଦନ୍ତ ଓ ସେନାକୁ ଡାକିବା ପାଇଁ ଏକ ମାମଲା ଦିଲ୍ଲୀ ହାଇକୋର୍ଟରେ ଦାଏର ହୋଇଛି। ଅନ୍ୟପକ୍ଷରେ ହିଂସା ପଛରେ ଭୀମ ଆର୍ମି ଓ ପିଏଫଆଇର ହାତ ଥିବା ଗୁଇନ୍ଦା ବ୍ୟୁରୋ ସଂଦେହ କରୁଛି।

Leave a Reply

Your email address will not be published. Required fields are marked *