ଓଡ଼ିଶାର ପ୍ରଗତି ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ ବିଜୁବାବୁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପ୍ରବାଦ ପୁରୁଷ ତଥା ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ମନେ ପକାଇଛନ୍ତି। ସେ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ବିଜୁବାବୁ ଭାରତର ଉନ୍ନତି ପାଇଁ ଅବିରତ ଉଦ୍ୟମ କରିଥିବା ବେଳେ ଓଡ଼ିଶାର ପ୍ରଗତି ପାଇଁ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଇଥିଲେ। ଏଥିସହିତ ପ୍ରଧାନମନ୍ତ୍ରୀ ବିଜୁବାବୁଙ୍କ ସାହସିକତାକୁ ମଧ୍ୟ ପ୍ରଶଂସା କରିଥିବା ବେଳେ ୧୯୪୫ ମସିହାର ଏକ ପ୍ରଶସ୍ତିପତ୍ରକୁ ଆଟାଚ କରି ବିଜୁବାବୁଙ୍କ ସାହସିକତାକୁ ଦର୍ଶାଇଛନ୍ତି। ଅଣ୍ଡରଗ୍ରାଉଣ୍ଡରେ ଥିବା ରାମ ମନୋହର ଲୋହିଆଙ୍କୁ ସେ ଅତ୍ୟନ୍ତ ଗୋପନୀୟ ଭାବେ ଦିଲ୍ଲୀରୁ କୋଲକତା ବିମାନରେ ନେଇଯାଇଥିଲେ। ଏପରି ସାହସିକ ପଦକ୍ଷେପ ପାଇଁ ବିଜୁବାବୁଙ୍କୁ ପ୍ରଧାନମନ୍ତ୍ରୀ ଟ୍ୱିଟର୍‌ରେ ପ୍ରଶଂସା କରିଛନ୍ତି।।

1 Comment

ମତାମତ ଦିଅନ୍ତୁ ।