April 3, 2020

ଆମେରିକା: କରୋନା ମୃତ୍ୟୁ ହଜାରେ ଟପିଲା

ନୂଆଦିଲ୍ଲୀ : ଆମେରିକାରେ କରୋନା ଚିନ୍ତା ବଢାଇଛି। ସଂକ୍ରମଣକୁ ରୋକାଯାଇ ପାରୁନାହିଁ। ବୁଧବାର ରାତି ସୁଦ୍ଧା ମୃତ୍ୟୁସଂଖ୍ୟା ଏକ ହଜାର ଟପି ଯାଇଛି। ଆମେରିକାରେ କରୋନାରେ ୧୦୩୨ ଜଣ ମୃତ୍ୟୁବରଣ କରିଥିବା ବେଳେ ୬୮,୪୮୯ ଆକ୍ରାନ୍ତ ହୋଇଛନ୍ତି। ସୁସ୍ଥ ହୋଇଛନ୍ତି ମାତ୍ର ୩୯୪ ଜଣ। ହସ୍ପିଟାଲରେ ୬୭,୦୬୩ ଜଣ ଚିକିତ୍ସିତ ହେଉଥିବା ବେଳେ ସେ ମଧ୍ୟରୁ ୧୪୫୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଅନ୍ୟପକ୍ଷରେ କରୋନକୁ ରୋକିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ବଡ ଆର୍ଥିକ ପ୍ୟାକେଜ ୨ ଲକ୍ଷ କୋଟି ଡଲାରର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଆର୍ଥିକ ପ୍ୟାକେଜରେ ପ୍ରତ୍ୟେକ ଆମେରିକୀୟ ଯୁବକଙ୍କୁ ୧୨୦୦ ଡଲାର ଓ ପିଲାଙ୍କୁ ୫୦୦ ଡଲାର ଦିଆଯିବ। ଏହି ଆର୍ଥିକ ସହାୟତା ହିତାଧିକାରୀଙ୍କ ଆକାଉଣ୍ଟରେ ସିଧାସଳଖ ଡିପୋଜିଟ୍ କରାଯିବ। ସେହିପରି ବ୍ୟବସାୟୀ, ଶ୍ରମିକ ଓ ସ୍ଵାସ୍ଥ୍ୟସେବା ବ୍ୟବସ୍ଥାକୁ ସହାୟତା ମିଳିବ। ଏହାଛଡା ଆମେରିକା ସରକାର କହିଛନ୍ତି କରୋନା କାରଣରୁ ଛୋଟ ବ୍ୟବସାୟ ପାଇଁ ୩୬୭ ଅରବ ଡଲାର ଯୋଗାଇ ଦିଆଯିବ। ସେମାନଙ୍କ ଯେଉଁ କର୍ମଚାରୀଙ୍କୁ ବାଧ୍ୟବାଧକତାରେ ଘରେ ରହିବାକୁ ପଡୁଛି ସେମାନେ ଦରମା ପାଇପାରିବେ। ବୃହତ ଶିଳ୍ପକୁ ଶସ୍ତାରେ ଋଣ ଦିଆଯିବ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *