ଦିନକୁ ଗୋଟିଏ ଓଳି ଭୋଜନ ତ୍ୟାଗକରି ବାଣ୍ଟିବା ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ୱାନ ଦେଲେ ବିଜେପି ରାଷ୍ଟ୍ରୀୟ ସଭାପତି

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ପାଇଁ ଦେଶରେ ସଙ୍କଟ ପରିସ୍ଥିତି ସୁଷ୍ଟି ହୋଇଛି। ଲକଡାଉନ ସମୟରେ ଲୋକେ ଅନେକ ସମସ୍ୟାରେ ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସେମାନଙ୍କୁ ସହାନୁଭୂତି ଦେଖାଇବା ପାଇଁ ବିଜେପି କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ଦିନରେ ଗୋଟିଏ ଓଳି ଭୋଜନ ତ୍ୟାଗ କରନ୍ତୁ। ସୋମବାର ଦଳର ପ୍ରାତିଷ୍ଠା ଦିବସ ପାଳନ ଅବସରରେ ଏହି ଆହ୍ଵାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା।

ଶ୍ରୀ ନଡ୍ଡା କହିଛନ୍ତି ବର୍ତ୍ତମାନ ପରିସ୍ଥିତିରେ କର୍ମୀମାନେ ଦିନକୁ ଗୋଟିଏ ଓଳି ଭୋଜନ ତ୍ୟାଗ କରି ଯେଉଁମାନଙ୍କର ଖାଦ୍ୟର ଆବଶ୍ୟକତା ରହିଛି ସେମାନଙ୍କୁ ପ୍ରଦାନ କରନ୍ତୁ। ଏଥିସହ ଘରେ ପ୍ରସ୍ତୁତ ହୋଇଥିବା ମାସ୍କ ବିତରଣ କରିବାକୁ ସେ କହିଥିବା ବେଳେ କର୍ମୀମାନେ ସାମାଜିକ ଦୂରତା ନିୟକ ପାଳନ କରିବା ପାଇଁ ପରାମର୍ଶ ଦେଇଛନ୍ତି।  

ମତାମତ ଦିଅନ୍ତୁ ।