ଭାରତରେ ୧୨୫୧୦୧ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ : ଶନିବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୨୫୧୦୧ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସୂଚନା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ଦିଆଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୫୧୭୮୩ ଜଣ ସୁସ୍ଥ ହୋଇଥିବା ବେଳେ ୩୭୨୦ ଜଣଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟାରେ ୬, ୬୫୪ ସଂକ୍ରମଣ ହୋଇଥିବା କୁହାଯାଇଛି।

ସ୍ୱାସ୍ଥ୍ୟମନ୍ତ୍ରାଳୟ ତଥ୍ୟ ଅନୁଯାୟୀ ଆଣ୍ଡାମାନ ଓ ନିକୋବର ଦ୍ଵିପପୁଞ୍ଜରେ ୩୩ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ଆନ୍ଧ୍ରପ୍ରଦେଶରେ ଏହି ସଂଖ୍ୟା ରହିଛି ୨୭୦୯,। ସେହିପରି ଅରୁଣାଚଳ ପ୍ରଦେଶରେ ୧, ଆସାମ ୨୫୯, ବିହାର ୨୧୭୭, ଚଣ୍ଡିଗଡ଼ ୨୧୮, ଛତିଶଗଡ଼ ୧୭୨, ଦାଦର ନଗର ହାୱେଲି ୧ ଜଣ, ଦିଲ୍ଲୀ ୧୨୩୧୯, ଗୋଆ ୫୪, ଗୁଜରାଟ ୧୩୨୬୮, ହରିୟାଣା ୧୦୬୭, ହିମାଚଳ ପ୍ରଦେଶ ୧୬୮, ଜମ୍ମୁ ଓ କଶ୍ମୀର ୧୪୮୯, ଝାଡ଼ଖଣ୍ଡ ୩୦୮, କର୍ଣ୍ଣାଟକ ୧୭୪୩, କେରଳ ୭୩୨, ଲଦାଖ ୪୪, ମଧ୍ୟପ୍ରଦେଶ ୬୧୭୦, ମହାରାଷ୍ଟ୍ର ୪୪୫୮୨, ମଣିପୁର ୨୬, ମେଘାଳୟ ୧୪, ମିଜୋରାମ ୧, ଓଡ଼ିଶା ୧୧୮୯, ପୁଡୂଚେରୀ ୨୬, ପଞ୍ଜାବ ୨୦୨୯, ରାଜସ୍ଥାନ ୬୪୯୪, ତାମିଲନାଡୁ ୧୪୭୫୩, ତେଲେଙ୍ଗାନା ୧୭୬୧, ତ୍ରିପୁରା ୧୭୫, ଉତ୍ତରାଖଣ୍ଡ ୧୫୩, ଉତ୍ତରପ୍ରଦେଶ ୫୭୩୫ ଓ ପଶ୍ଚିମବଙ୍ଗରେ ୩୩୩୨ କରୋନା ଆକ୍ରାନ୍ତ ରହିଛନ୍ତି।

ମତାମତ ଦିଅନ୍ତୁ ।